STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କଟୁକଥା

କଟୁକଥା

1 min
208

ସାଗର ପରି ତୁ ହୋଇକି ପାରିବୁ

ନାଳ, ନର୍ଦମାରେ ପୁରେ ତୋ ମନ

ନୀଳ ଆକାଶ ତୁ ଛୁଇଁ କି ପାରିବୁ

ପର ଦୁଃଖେ ଶାନ୍ତି ପାଏ ତୋ ମନ


ବରଷା ହୋଇ କି ମେଣ୍ଟାଇ ପାରିବୁ

କୋଟି ଜୀବଙ୍କର ଶୁଖିଲା ଶୋଷ

ଝରଣା ହୋଇକି ଭିଜେଇ ପାରିବୁ

ଭାଙ୍ଗିଥିବା ଯେତେ ସୁନା ସପନ


ସୁରୁଜ ହୋଇକି ଆଲୋକ ଦେବୁତୁ

ସଭିଙ୍କୁ ଆଦରି ନିଜର କରି

ପାପୀ, ହତ୍ୟାକାରୀ, ବଲାତ୍କାରୀ ହେଲେ

ଅକାଳେ ମରିବୁ କୁକୁର ପରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract