STORYMIRROR

DR SAMIR RANJAN BEHERA

Abstract Inspirational

4  

DR SAMIR RANJAN BEHERA

Abstract Inspirational

କଟକ

କଟକ

1 min
397


     ଧବଳ ଟଗର କଟକ  ସହର

          କେ କହେ ସିଲଭର ସିଟି

     କଳିଙ୍ଗ ର ଏହା ରାଜଧାନୀ ଥିଲା

          ଶିରୀ ତାର ବାରବାଟୀ ll

    କେଶରୀ ବଂଶୀୟ ନୃପତି କେଶରୀ

           ପ୍ରତିଷ୍ଠିତ କରିଥିଲେ

    ଗଙ୍ଗ ବଂଶ ରାଜା ଅନଙ୍ଗ ଭୀମଦେବ

          ରାଜଧାନୀ ଘୋଷଣା କଲେ ll

     ସୂର୍ଯ୍ୟ ବଂଶୀୟ ଗଜପତି ରାଜା

             ଶୁଶାସନ ଦେଲେ

      ମୁକୁନ୍ଦ ଦେବ ରାଜା ମୃତ୍ୟୁ ପରେ

           ମୋଗଲିୟ ପଶିଗଲେ ll

     ଅଠର ସହ ତିନି ମସିହାରେ

         ବ୍ରିଟିଶ ପ୍ରବେଶ କଲେ

     ଇଂରେଜ ମାନେ ଶାସନ କରିଣ

          ହୃଦୟ ବିଦାରି ଦେଲେ ll

    ଏଇ ମାଟି ପୁଅ ସୁବାଷ ଚନ୍ଦ୍ର ବୋଷ

             ଆଉ ବିଜୁ ପଟ୍ଟନାୟକ

     ଥରାଇ ଦେଇଥିଲେ ଇଂରେଜ ମାନଙ୍କର

         ଶାଶନ ତନ୍ତ୍ର ଆଉ ଛକ ll

    କେତେ ସଂଗ୍ରାମୀ ଯେ ବଳିପଡିଗଲେ

             ଏଇ ମାଟି ମା ପାଇଁ

    ଶେଷରେ ସ୍ୱାଧୀନ ସ୍ୱାଦ ଚାଖିଥିଲେ

           ଅତ୍ୟାଚାର ବର୍ବରତା ସହି ll

      ଆଜି ଏ କଟକ ପାଲଟି ଯାଇଛି

            ଓଡିଶା ରେ ଟୁଇନ ସିଟି

    ମେଡିକାଲ କଲେଜ କୁ ଯୋବ୍ରା ବ୍ୟାରେଜ

            ଆଉ ଐତିହାସିକ ବାରବାଟୀ ll

     ବାରବାଟୀ କୁ ନେହେରୁ ଷ୍ଟାଡିୟମ

           ରଖେ ଟେକ ଆମ ଦେଶର

     ବାଲିଯାତ୍ରା କୁ ପୁଣି ଧବଳେଶ୍ୱର

       ସାକ୍ଷୀ ଆମ ସଂସ୍କୃତି ପରମ୍ପରା ର ll

     ମହାନଦୀ ଆଉ କାଠଯୋଡ଼ି କୁଳେ

          ଗଢି ଉଠିଛି ଏହି ସହର

     ରିଙ୍ଗ ରୋଡ଼ ର ପ୍ରକୃତି ଶୋଭା ରେ

          ହସେ ଏ ଧବଳ ଟଗର ll

    ଏହି ସହର ର ଅଧିଷ୍ଠାତ୍ରୀ ମା ଚଣ୍ଡୀ

           ବିଜେ ଚଣ୍ଡୀ ମନ୍ଦିର

     ଗଣେଶ ପୂଜା ଦଶହରା ବେଳେ

           ହୁଏ ଉତ୍ସବ ମୁଖର ll

     ଭାରତ ପ୍ରସିଦ୍ଧ ଏହି ବାଲିଯାତ୍ରା

         ବଢେ କଟକର ଗୌରବ

     ହରିଣ ପାର୍କ କୁ ମାରିଟିୟମ ମିଉଜିଉମ

          ଏ ମାଟି ପାଇଁ ତ ଗରବ ll

     ଭାଇଚାରା ଏଠି ଦେଖିବାକୁ ମିଳେ

            ବସ୍ତି ବସ୍ତି ଗଳି କନ୍ଦି ର

     ରଜ ମଉଜ ଏଠି ଜବରଦସ୍ତ ଚାଲେ

       ଏକତାରେ ଫାଟେ ଏହି ସହର ll

    


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract