STORYMIRROR

Shubhra Suchitra Mahanta

Inspirational Children

3  

Shubhra Suchitra Mahanta

Inspirational Children

କଥାଟିଏ ଶୁଣ

କଥାଟିଏ ଶୁଣ

1 min
265

କଥାଟିଏ ପିଲେ ଶୁଣ, ଦେଇ ଟିକେ ମନ ଧ୍ୟାନ

ନଷ୍ଟ ନ କରି ସମୟ., ଆହରଣ କର ଜ୍ଞାନ ॥


ହୋଇଲେ ବଡ ମଣିଷ, ଅରଜିବ କିର୍ତ୍ତୀ ଯଶ 

ଗଢି ତୋଳିବ ଜୀବନ, ଭରିବ ହର୍ଷ ଉଲ୍ଲାସ ॥


ଅନ୍ୟକୁ ସାହାଯ୍ଯ କର, ଛାଡି ଗର୍ବ ଅହଙ୍କାର

ହୃଦୟ ନିର୍ମଳ ହେଲେ, ଚରିତ୍ର ହେବ ସୁନ୍ଦର ॥


ଗୁରୁଙ୍କୁ ସମ୍ମାନ ଦିଅ, ସାନକୁ କରିଣ ସ୍ନେହ

କାହାକୁ ବି ଭାବି ଛୋଟ, କରିବନି କେବେ ହେୟ ॥


ନିତି କରିଲେ ଜଣାଣ, ପ୍ରଭୁଙ୍କ ନାମ ସ୍ମରଣ 

ଲାଭ ହେବ ଆଶୀର୍ବାଦ, ଦୂର ହୋଇବ କଷଣ ॥


ବୃକ୍ଷ ଲତା ଯତ୍ନ ନେବ, ନିୟମିତ ପାଣି ଦେବ 

ଗଛ କୁ ନ ବଞ୍ଚାଇଲେ, କିଏ ଅମ୍ଳଜାନ ଦେବ? 


ବଗିଚାର ଫୁଲ ପରି, ଜଗତେ ଭର ମହକ 

ସଭିଙ୍କୁ ଆଦର କରି, ସବୁଠାରେ ନାମ ରଖ ॥


ସତ୍ୟ ପଥେ ଚାଲ ସଦା, ହୁଅ ନାହିଁ ପଥଭ୍ରଷ୍ଟ 

ନୀତି ନିୟମ ମାନିଲେ, ପାଖ ନ ମାଡ଼ିବ କଷ୍ଟ ॥


ହୋଇବ ମଧୁର ଭାଷୀ, ଉତ୍ତରଟି ଦେବ ହସି 

ରାଗ ଗର ଗର ହେଲେ, ଭଲ ଗୁଣ ଯିବ ଭାସି ॥


ଦରିଦ୍ର କୁ ଦାନ କଲେ, ଲଭିବ ରେ ପୁଣ୍ଯ ପିଲେ 

ହେବ ଦିନେ ଅସହାୟ, ଦେବା ପାଇଁ କୁଣ୍ଠା କଲେ ॥


Rate this content
Log in

Similar oriya poem from Inspirational