STORYMIRROR

SAHITYA TARJUMAN

Drama Romance Fantasy

3  

SAHITYA TARJUMAN

Drama Romance Fantasy

କଥାରେ କଥାରେ

କଥାରେ କଥାରେ

1 min
225

କଥାରେ କଥାରେ, କେତେ କଥା ଅଛି, 

କହିବି  ତୁମକୁ, ଯେତେ କଥା ଅଛି ।


କଥା  ଦଉଛି  ମୁଁ,  କଥା କହୁଥିବି, 

ସାରା ଜୀବନ ମୁଁ, ଏତେ କଥା ଅଛି ।


ରଖିବି  କଥା  ମୁଁ,  ବଞ୍ଚିଥିବା  ଯାଏ, 

କହିଛି ଯେତେ ମୁଁ, ସେତେ କଥା ଅଛି ।


ମୋ  କଥାକୁ  ମିଳୁ,  ସହମତି  ତୁମ, 

ଶୁଣିବ ସମାଜ,  ଯେତେ କଥା  ଅଛି ।


କଥା କେବେ ବିଷ, କଥା କେବେ ଶର, 

କଥା କେବେ ମହୁ, କେତେ କଥା ଅଛି ।

କବି ଇନାୟତ ଅଲୀ, ବାଲେଶ୍ବର।



Rate this content
Log in

Similar oriya poem from Drama