STORYMIRROR

Mahesweta Panigrahi

Drama

3  

Mahesweta Panigrahi

Drama

କଥାଅସଲି

କଥାଅସଲି

1 min
249


କହିଛନ୍ତି ବିଜ୍ଞେ ସୁନ୍ଦରତା ପୁଣି

ନିଇତି ଲାଗଇ ନୂଆ,

ସୁନ୍ଦର ଦ୍ରବ୍ୟ ଟି ଆକୃଷ୍ଟ କରଇ

ଯାଦୁ କି ଆଉ କିମିଆ।


ସୁନ୍ଦର ତୃପି ଟି ଅବସାଦ ନିଏ

ଆଖି ଯାଏ ସେଠି ଲାଖି,

ହେଉ ଫୁଲ ଫଳ କିବା ସ୍ଥାନ ପାତ୍ର

କ୍ଷଣିକେ ଦିଏ ନିରେଖି।


ଯାହା ଦୃଶ୍ୟମାନ ତାହା ତ ଚଳଇ

ସାଂସାରିକ କଥା ଏହି,

ଗୁଣ କି ଚରିତ୍ର

ଲୁଚି ଛପି ଯାଏ

ଯଦି ସେ ସୁନ୍ଦର ନାହିଁ।


ଖୁଣ କାଢ଼ିବାରେ ରୂପ ବାଛିବାରେ

ଦୁନିଆ ପୁରା ନିପୁଣ,

ଗୁଣ ଧରି ଯିଏ କାର୍ଯ୍ୟ କରି ଚାଲେ

ସେ ହିଁ ସର୍ବୋତ୍ତମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama