କଥା ଓ କର୍ମ
କଥା ଓ କର୍ମ
ମୁଖ ନିସୃତଃ କବି – ସନ୍ଥ କବୀର ଦାସ
ଅନୁବାଦ - ଡଃ ସୁବାସ ଚନ୍ଦ୍ର ରାଉତ
କଥନ ମିଠା, କର୍ମ ଅସାର, ବିଷ ତୁଲ୍ୟ ମନେ ହୁଏ,
କହିବା ଛାଡ଼ି କର୍ତ୍ତବ୍ୟ କଲେ, ବିଷ ସୁଧା ବନି ଯାଏ ।
ମଧୁର କଥା ଔଷଧ ସମ, କଟୁ କଥା ତୀର ସମ,
ଶ୍ରବଣ ଦ୍ୱାର ଲଘଂନ କରି, ଭେଦ କରେ ଲୋକ ମର୍ମ ।
ସଭିଙ୍କୁ ମିଠା ବଚନ କୁହ, ସୁଖ ପାଇବ ସଂସାର,
ବଶୀକରଣ ଏହି ମନ୍ତର, ତ୍ୟାଗ ବଚନ କଠୋର ।
କାଉ କାହାର ସମ୍ପତ୍ତି ହରେ, କୋଇଲି କାହାକୁ ଦିଏ,
କୋଇଲି ଶୁଣାଇ ମଧୁର ସ୍ୱର, ନିଜର କରି ସେ ନିଏ ।
ବାକ୍ୟରେ ଗାଳି ଗୋଟିଏ ଉକ୍ତି, ପ୍ରତ୍ୟକ୍ତି ହୁଏ ଅନେକ,
କବୀର କହେ, ବିରତ ରହ, ଏକ ଗାଳି ରହୁ ଏକ ।
ତୁମ ନିମିତ୍ତ କଣ୍ଟା ଯେ ବୁଣେ, ତା ନିମନ୍ତେ ବୁଣ ଫୁଲ,
ଫୁଲ ବଦଳେ ଫୁଲ ଫାଇବ, ତା ପାଇଁ ଥିବ ତ୍ରିଶୂଳ ।
