କଥା କୁହା ଦିଅଁ
କଥା କୁହା ଦିଅଁ
ଶ୍ରୀ ଶଶିକାନ୍ତ ବେହେରା
ଝାଟିମାଟି ଘର ହେଉ ଅବା କୋଠାଘର
ମୋ ପାଇଁ ମନ୍ଦିର ସିଏ ସବୁଠୁ ସୁନ୍ଦର l
କାଠ, କାଦୁଅରେ ଗଢା ଅବା ପଥରର
ସେମିତି ଦିଅଁ ନାହାନ୍ତି ବିଜେ ଚଳନ୍ତି ଠାକୁର l
ମା’ ମୋର ଠାକୁରାଣୀ ବାପା ମୋ’ ଠାକୁର
କଥାକୁହା ଦିଅଁ ପାଇଁ ଧନ୍ୟ ସେ ମନ୍ଦିର l
ଦେହ ଅସୁସ୍ଥରେ ମା’ ପକ୍ଷେ ପାଖେ ରହି
ଔଷଧ ପଥି ଖୁଆନ୍ତି ଉଜାଗର ହୋଇ l
ଯାତରା ମେଳାକୁ ବାପା ବୁଲେଇ ନିଅନ୍ତି
ଭଳିକି ଭଳି ଖେଳଣା ହାତରେ ଧରାନ୍ତି l
ମା, ବୋଲି ଡାକିଦେଲେ ‘ ଓ ’ କରେ ସେହି
‘ ବାପା ’ ‘ ବାପା ‘ ଡାକିଦେଲେ ଦୁଃଖ ରହେ ନାହିଁ l
ମଥାକୁ ଆଉଁଶି ଦେହ ଧୁଳି ଝାଡି ମୋର
ବହୁଥିବା ଝାଳ ପୋଛେ କାନି ପଣତର l
କୋଳରେ ବ୍ସେୟ ବାପା ଉପଦେଶ ଦେଇ
କହନ୍ତି ତୋ ବିପଦରେ ଅଛି ଛାଇ ହୋଇ l
କଥାକୁହା ଠାକୁର ମୋ ପାଶେ ଥାଉଁ ଥାଉଁ
କାହିଁକି ପୂଜିବି ଦିଅଁ ପଥରକୁ ଆଉ ?
ମୋ’ ପାଇଁ ମୋ’ ବାପା ମା’ ଚଳନ୍ତି ଠାକୁର
ତାଙ୍କଠୁ ବଡ ନାହାନ୍ତି ସାରା ଜଗତର l
କୋଟିଏ ପ୍ରଣାମ ମୋର ସେ ଦିଅଁଙ୍କ ପାଦେ
ଏପରି ଦିଅଁ ନାହାନ୍ତି ଏ ସଂସାର ମଧ୍ୟେ l
