କସ୍ତୁରୀର ବାସ
କସ୍ତୁରୀର ବାସ
ସଭିଏଁ ଭାବନ୍ତି ଆହାଃ କି ସୁନ୍ଦର
ସତେ ଅବା ଯେ ଚାକିରି ।
ମାଙ୍କଡ ପରିକା ଉଠି ବସୁଥାଏ
ଆଠ ଘଣ୍ଟା ନିତି ଧରି ।।୧
ସ୍ୱାଧୀନତା ବୋଲି ନଥାଏ କିଛି ଯେ
ମାଲିକର ଚାଲେ ନୀତି ।
ନିର୍ଦ୍ଦେଶକ ହାତେ ଯେପରି ସେ ନାଚେ
ମହା ବଳବାନ ହାତୀ ।।୨
ଟଙ୍କା ଆଗେ ସବୁ ମୁଣ୍ଡ ବିକି ଦେଉ
ଖୁଦ ଆଗେ ଯେ ଚଢ଼େଇ ।
ଏଣ୍ଡୁଅ ପରିକା ଟୁଙ୍ଗାରୁ ମୁଣ୍ଡ ଯେ
ସ୍ୱାଧୀନତା ଯେ ହରାଇ ।।୩
ଇଚ୍ଛା ନାହିଁ ଆମ କରିବାକୁ କିଛି
ନିଜେ ହେବାକୁ ମାଲିକ ।
ପାଠ ପଢ଼ୁ ଆମେ ଚାକିରି ପାଇକି
କହନ୍ତି ସଭିଏଁ ଲୋକ ।।୪
ଚାକର ସ୍ଵଭାବ ଯାଇନାହିଁ ଆମ
ଚାକିରି ପଛରେ ଧାଉଁ ।
କସ୍ତୁରୀର ବାସ୍ନା ନାଭିରେ ଥାଇବି
ସନ୍ଧାନ ରେ ନିତି ଥାଉଁ।।୫
ମନ ଧ୍ୟାନ ଦେଇ ଯଦି ଆମେ ଭାଇ
ଖୋଜିବା କସ୍ତୁରୀ ବାସ ।
ସେ ବାସ ରେ ସାରା ଦୁନିଆ ବାସିବ
ମୁଖରେ ଫୁଟିବ ହସ ।।୬
