STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

କସ୍ତୁରୀ ର ଗନ୍ଧ

କସ୍ତୁରୀ ର ଗନ୍ଧ

1 min
209

କସ୍ତୁରୀ ର ଗନ୍ଧ ଚହଟି ପଡୁଛି. 

ମୋଦି ରୂପେ ଆଜି ଦେଶେ         

ମଣିର ଆଲୋକ ଜଳି ଉଠୁଅଛି

ପବିତ୍ର ବିରାଟ ଦେଶେ।୧।

ନିସ୍ବାର୍ଥର ଭାଵ ଜାଗି ଉଠୁଅଛି

ଜନତା ଭିତରେ ଆଜି

ଭେଦ ଭାବ ସବୁ ଘୁଞ୍ଚି ଯାଉଅଛି 

ଦେଶର ଭିତରୁ ଆଜି।୨୍            

ନୂଆ ରୀତି ନୀତି ଶୋଭା ପାଉଅଛି

ଦେଶର ଉନ୍ନତି ପାଇଁ

କର୍ମୀ ହୋଇ ସର୍ବେ କର୍ମ କରୁଛନ୍ତି 

ଦେଶର ପ୍ରଗତି ପାଇଁ।୩।           

ସବୁ କ୍ଷେତ୍ରେ ଦେଶ ହେଉଛି ନିର୍ଭର

ଉନ୍ନତି ହେଉଛି ଦେଶେ

କୄଷକଙ୍କ ପାଇଁ ନୂଆ କୄଷୀନିତୀ

ସଜ୍ଜିତ ହୋଇଛି ଦେଶେ।୪।       

ଦୁଇ ଗୁଣ ଲାଭ ପାଇବେ କୄଷକ  

ନିର୍ଭର ହେଉଛି ଦେଶ           

ନୂଆ ଶିକ୍ଷାନୀତି ଆଣି ଦେଲ ତୁମେ

ଶିକ୍ଷିତ ହୋଇବ ଦେଶ।୫।

ଜନତାଙ୍କ ସେବା ନିସ୍ଵାର୍ଥେ କରୁଛ

ଗାଆନ୍ତି ନାମ ତୁମର

ଏହି ପରି ନେତା  ଦେଖି ନାହିଁ ଦେଶ

ଏହିତ ଭାଗ୍ୟ ଆମର।୬।

ସମସ୍ତଙ୍କ ଘର ପାଣିର ବେବସ୍ଥ

ପ୍ରତିଙ୍ଗା କରିଛ ତୁମେ

ଭ୍ରଷ୍ଟାଚାର ରୂପୀ ଦେଶ ଅଭିଶାପ  

ଦୂରରେଇ ଦେଲ ତୁମେ।୭।           

ନିସ୍ବାର୍ଥ ସେବାରେ ଧର୍ମର  ବେବସ୍ଥା

କରି ଦେଲ ଦେଶେ ତୁମେ

ଭକ୍ତଙ୍କର ପାଇଁ ରାମଙ୍କ ମନ୍ଦିର  

ଦେଶେ କରାଉଛ ତୁମେ।୮।           

ଵିଶ୍ଵ ସାରା ଆଜି ଜୟଘୌଷ ହୁଏ

ପବିତ୍ର ନାମ ମହିରେ

ଦେଶର ପତକା ଉଡୁ ଅଛି ଆଜି  

ସମ୍ପୂର୍ଣ୍ଣ ବିଶ୍ବ ମଧ୍ୟରେ।୯।               

କସ୍ତୁରୀ ର ଗନ୍ଧ ଚହଟି ପଡୁଛି

ମୋଦି ରୂପେ ଆଜି ଦେଶେ

ମଣିର ଆଲୋକ ଜଳି ଉଠୁଅଛି  

ପବିତ୍ର ବିରାଟ ଦେଶେ।୧୦।    



Rate this content
Log in

Similar oriya poem from Inspirational