କ୍ଷୁଦ୍ରରୁ ସୃଜନା
କ୍ଷୁଦ୍ରରୁ ସୃଜନା

1 min

11.7K
ପ୍ରେମ ସଂଯୋଗୀ ସେ କ୍ଷୁଦ୍ର ପ୍ରଜାପତି
ପ୍ରେମ ରେଣୁ ନେଇ ବୁଣେ
ଫୁୁଲରୁ ଫୁଲକୁ ପରାଗ ସଂଗମେ
ନୂତନ ସୃଜନା କରେ
କ୍ଷୁଦ୍ର ଏ ଜୀବଟି
ପ୍ରକୃତି ନିୟମେ
ନିୁଜକୁ ନିୟୋଜ କରେ
ହେଲେ ଏ ମଣିଷ କାହିଁକି ବୁଝେନା
ପ୍ରକୃତି ସହିତ ଖେଳେ
ଶାମୁକ୍ତାରୁ ମୁକ୍ତା
ଫୁଲରୁ ସୁଗନ୍ଧା
କ୍ଷୁଦ୍ରରୁ ଜନ୍ମ ବୃହତ
ସୃଷ୍ଟିର ଶୃଙ୍ଖଳେ
ପ୍ରକୃତି ନିୟମେ
ବନ୍ଧା ଏ ସକଳ ଜୀବ
ମଣିଷ କାହିଁକି ଶୃଙ୍ଖଳା ବିହୁନେ
ଶୃ୍ଙ୍ଖଳରୁ ହୁଏ ଚ୍ଯୁତ
ଆଧୁନିକତାରେ ବଶବର୍ତ୍ତୀ ହୋଇ
ପ୍ରକୃତି ବିରୋଧେ ଚାଲେ
ପ୍ରକୃତି ରଚିଲେ କୋପ
ଅସହାୟ ଏ ମଣିଷ
କହେ ପୁଣି
ରକ୍ଷା କରହେ ଗୋବିନ୍ଦ
ତେଣୁ ହେ ମଣିଷ
ସୃ୍ଷ୍ଟିର ଏ କ୍ଷୁଦ୍ର ଜୀବଠୁ
ଶିକ୍ଷା କରି କିଛି
ଗଢ଼ିତୋଳ ଏକ ସୁନ୍ଦର ସମାଜ ।