STORYMIRROR

Kali Kumar

Abstract Fantasy

4  

Kali Kumar

Abstract Fantasy

କ୍ଷୁଦ୍ର ଆଶା

କ୍ଷୁଦ୍ର ଆଶା

1 min
601


କ୍ଷୁଦ୍ର ଆଶା ମୁଁ ଯେ    ମନ ତଳେ ତୋଳେ

     ଛୋଟ ମୋ ଆଶାର ନୀଡ଼

ଭାବନା ରାଇଜେ     ଉଡ଼ିବୁଲେ ମୁହିଁ

      ନ ମାନଇ ବନ୍ଧ ବାଡ଼  ।୧।


ଗିରି,ବନ,ଶୂନ୍ୟ    ପାହାଡ଼ ପର୍ବତ

     ନଦୀ ନାଳ ପାରା ବାର 

ଉଡ଼ି ବୁଲିବାକୁ     ଶକ୍ତି ସେ ସଞ୍ଚୟ

    କ୍ଷୁଦ୍ର ଦୁଇ ଗୋଟି ପର ।୨।


କେତେବେଳେ ବାଇ    ଚଡ଼େଇ ବସାରେ

       ଶିଶୁ ଶାବକ ମୁଁ ହୋଇ

ଅନାଇ ଥାଏ ମୁଁ    ମା ଫେରିବା ବାଟକୁ

      ଆହାର ଟିକକ ପାଇଁ ।୩।


କେତେବେଳେ ମୁହିଁ    କ୍ଷୁଦ୍ର ନଦୀ ପରି

       ଝର ଝର ଯାଏ ବହି

ଦୁର୍ଗମ ପଥକୁ        ଅତିକ୍ରମ କରେ

      ସାଗରରେ ମିଶିବା ପାଇଁ  ।୪।


କେତେବେଳେ ମୁହିଁ   ବିଜୁଳି ପୋକଟେ

     ତୁଚ୍ଛ ନଗଣ୍ୟ ଯେ ହୋଇ

ଘନ ଅନ୍ଧକାରେ      ଆଶାର ଆଲୁଅ

      ଟିକେ ଜଳେଇବା ପାଇଁ  ।୫।


କେତେବେଳେ ମୁହିଁ     ବୁଢ଼ା ବରଗଛ

    ଗାଆଁ ମୁଣ୍ଡେ ଛିଡ଼ା ହୋଇ

ନିଃସଙ୍ଗ ଜୀବନେ    ଖୋଜି ବୁଲୁଥାଏ

     ଆତ୍ମୀୟତା ରୂପ ଛାଇ  ।୬।


କେତେବେଳେ ମୁହିଁ    ବୁଢ଼ା ବାପା ମା ଙ୍କ

       ଅନ୍ଧର ଲଉଡ଼ି ପରା

ବୃଦ୍ଧ କାଳେ ମୁଁ ଯେ     ନିଃସହାୟ ଙ୍କର  

      ଅସହାୟେ ଶେଷ ଆଶ୍ରା ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract