STORYMIRROR

Purnima Sing

Abstract Others

3  

Purnima Sing

Abstract Others

କ୍ଷୁଧା

କ୍ଷୁଧା

1 min
12.1K

କେବେ ପଚାରିଛ କି ସାଗର କୁ

      ତା'ର ଉଦର ରେ ଭରି ରହି ଥିବା କ୍ଷୁୁଧା କୁ,

ଅତୃପ୍ତ ଆତ୍ମା ରେ ଥିବା ତୃଷ୍ଣା କୁ?

 

କେବେ ପଚାରିଛ କି ନିର୍ଝରଣୀ କୁ 

  କେବେ ପହଞ୍ଚିବ ତା'ର 

ଶେଷ ଠିକଣା କୁ ?


କେବେ ସେମାନେ ବ୍ୟକ୍ତ କରିବେ ନାହିଁଁ

ନିଜ ହୃଦୟ ରେ ଭରି ରହିଥିବା

କେତେ ଯନ୍ତ୍ରଣା ଓ ବ୍ୟଥା କୁ।


ସେମାନେ ଜାଣିଛନ୍ତି ,

      ଖୋଲି କହିଲେ ବି 

କେହି ବୁଝିିିବେ ନାହିଁ ,ତାଙ୍କ ମନ କୁ।


ବିଶାଳ କାୟ ଗର୍ଜନ ଶୁଣି,

  ପାଖ ନ ପଶିିଲେ କେହି,

ରାଗ, ଅଭିମାନ ପଛେ , ଲୁଚି ରହିଥିବା ପ୍ରେମ

  କେମିତି ପାରିବେ ଦେଖାଇ।


ବିଶାଳ ହୃଦୟ ଥିଲେ ବି ,

  କେତେବେଳେ ମିଳେ ନାହିଁ ,

ଟିକିଏ ସ୍ନେହ ପ୍ରେମ,

ହସି ହସି  ସହି ଯାଆନ୍ତି,

ସେମାନେ କେତେ ନିିିଦା, ଅପବାଦ ,

ପୁଣି ଅପମାନ, ଦୁର୍ନାମ।


ଏଇତ ଜୀବନ ,

  କେତେବେଳେ ଅନ୍ଧକାର ପୂର୍ଣ୍ଣ,

କେତେବେଳେ ପୁଣି,

  ଢେଉ ମାରେ ଆଖି ରେ,

ବଞ୍ଚିବା ର ଅନେକ ,

ଅନେଶତ ସପନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract