STORYMIRROR

susmita mohapatra

Abstract

3  

susmita mohapatra

Abstract

କ୍ଷତାକ୍ତ ଆତ୍ମା

କ୍ଷତାକ୍ତ ଆତ୍ମା

1 min
11.5K

କେତେବେଳେ ବଜରଙ୍ଗ ଦଳ

ସଭ୍ୟଙ୍କ ଲାଠି ମାଡ଼ ତ

ଆଉ କେତେବେଳେ

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ

ଶକ୍ତ ଚାପୁଡ଼ା,

ତଥାପି ଫିକା ହୁଏନା

ଲାଲ ଗୋଲାପର ରଙ୍ଗ,

ଝାଉଁଳି ଯାଏନା ତା'ର

ନରମ ପାଖୁଡା

ଅବା ଊଣା ହୁଏନା

ନାଗର ଓ ନାଗରୀଙ୍କ

ଉଦଣ୍ଡ ଆଖଡ଼ା l


କ୍ଷଣିକ ସୁଖର କ୍ଷୁଧାରେ କ୍ଷୁଧାର୍ତ୍ତ

ମରୀଚିକାର ମାୟାରେ ମୋହଗ୍ରସ୍ତ ଉଭୟେ

ପ୍ରତିଟି ମୁହୂର୍ତ୍ତ,

ବିସ୍ମରି ପିତା ମାତା ଭଗ୍ନୀ ଭ୍ରାତା

ଆପଣା କର୍ତ୍ତବ୍ୟ ବୋଧ ଆଉ

ଆଗତ ଭବିଷ୍ୟତ l


କାଁ ଭାଁ ସାକ୍ଷାତରେ ଗଢି ଉଠିଥିବା

ସମ୍ପର୍କର ବାଲିଘର,

ଧୋଇଯାଏ ଉତ୍ତାଳ ଢେଉରେ

କଟାକ୍ଷ କରେ ସମୟ

ଯବନିକା ପଡେ ନାଟକର l


ଅନୁତାପ ଅନଳରେ ଡହଳ ବିକଳ

କେବେ ଦୁଇଟି ଆତ୍ମା

ତ କେବେ କଳିକା ବୃନ୍ତଚ୍ୟୁତ

ଅବା ନିର୍ଭୟା ନ୍ୟାୟ କବଳିତ

ନିଃସହାୟ ନାୟକ,

ଘନ କୁହେଳିରେ ପଲକେ ମିଳେଇ ଯାଉଥିବା

ପ୍ରେମ ଦିବସର ଏଇ କିବା

ବାସ୍ତବ ମହକ,

ପ୍ରେମର ପ୍ରତୀକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract