କ୍ଷତାକ୍ତ ଆତ୍ମା
କ୍ଷତାକ୍ତ ଆତ୍ମା
କେତେବେଳେ ବଜରଙ୍ଗ ଦଳ
ସଭ୍ୟଙ୍କ ଲାଠି ମାଡ଼ ତ
ଆଉ କେତେବେଳେ
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ
ଶକ୍ତ ଚାପୁଡ଼ା,
ତଥାପି ଫିକା ହୁଏନା
ଲାଲ ଗୋଲାପର ରଙ୍ଗ,
ଝାଉଁଳି ଯାଏନା ତା'ର
ନରମ ପାଖୁଡା
ଅବା ଊଣା ହୁଏନା
ନାଗର ଓ ନାଗରୀଙ୍କ
ଉଦଣ୍ଡ ଆଖଡ଼ା l
କ୍ଷଣିକ ସୁଖର କ୍ଷୁଧାରେ କ୍ଷୁଧାର୍ତ୍ତ
ମରୀଚିକାର ମାୟାରେ ମୋହଗ୍ରସ୍ତ ଉଭୟେ
ପ୍ରତିଟି ମୁହୂର୍ତ୍ତ,
ବିସ୍ମରି ପିତା ମାତା ଭଗ୍ନୀ ଭ୍ରାତା
ଆପଣା କର୍ତ୍ତବ୍ୟ ବୋଧ ଆଉ
ଆଗତ ଭବିଷ୍ୟତ l
କାଁ ଭାଁ ସାକ୍ଷାତରେ ଗଢି ଉଠିଥିବା
ସମ୍ପର୍କର ବାଲିଘର,
ଧୋଇଯାଏ ଉତ୍ତାଳ ଢେଉରେ
କଟାକ୍ଷ କରେ ସମୟ
ଯବନିକା ପଡେ ନାଟକର l
ଅନୁତାପ ଅନଳରେ ଡହଳ ବିକଳ
କେବେ ଦୁଇଟି ଆତ୍ମା
ତ କେବେ କଳିକା ବୃନ୍ତଚ୍ୟୁତ
ଅବା ନିର୍ଭୟା ନ୍ୟାୟ କବଳିତ
ନିଃସହାୟ ନାୟକ,
ଘନ କୁହେଳିରେ ପଲକେ ମିଳେଇ ଯାଉଥିବା
ପ୍ରେମ ଦିବସର ଏଇ କିବା
ବାସ୍ତବ ମହକ,
ପ୍ରେମର ପ୍ରତୀକ
