Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Behera

Abstract

3  

Sudipta Behera

Abstract

କ୍ଷଣିକ ଜୀବନ

କ୍ଷଣିକ ଜୀବନ

1 min
11.4K


କ୍ଷଣିକ ପରାଏ ମଣିଷ ଜୀବନ

ଆଜି ମଲେ କାଲି ହେବ ଦୁଇ ଦିନ l


ଖାଲି ଆସି ଅଛି ଖାଲି ଶେଷେ ଯିବ

ଗାଡି ଘୋଡା ଧନ ସବୁ ପଡି ଥିବ l


ଜ୍ଞାତି ବନ୍ଧୁ ଯେତେ ଆତ୍ମୀୟ ଶୋଦର

କାନ୍ଧିବେ କ୍ଷଣିକ ସବୁ ହେବେ ପର l


ମଶାଣି ଭୂଇଁରେ ପକାଇ ଆସିବେ

ଲିପା ପୋଛା ସବୁ ଘର ଯେ କରିବେ l


କ୍ରିୟା କର୍ମ ସାରି ଘର ବାହୁଡ଼ିବେ

ସମୟ ଚକ୍ର ରେ ସବୁ ଭୁଲି ଯିବେ I


ଧିକ ତୋ ଜୀବନ ଧିକ ବଡ ପଣ

ଅଧର୍ମ ଅର୍ଜିତ ସବୁ ଧନ ମାନ l


ଧନ ବଳ ଗର୍ବ ସବୁ ମୂଲ୍ୟ ହୀନ

ଶେଷ ବେଳେ ଏକା ଧର୍ମ ଧନ ଜ୍ଞାନ l


ଲୋଭ ମୋହ ମାୟା ସବୁ ଅକାରଣ

ହରି ନାମ ଭଜନ ହେଉ ଜୀବ ଧନ l


ପ୍ରଭୁ ପଦ୍ମ ପାଦ ନିତି ସେବା କର

ଦୂର ହେଉ ଭୟ ଆଶଙ୍କା ନିଜର l



Rate this content
Log in

Similar oriya poem from Abstract