STORYMIRROR

Satyabati Swain

Inspirational

3  

Satyabati Swain

Inspirational

କ୍ଷଣ ଭଙ୍ଗୁର

କ୍ଷଣ ଭଙ୍ଗୁର

1 min
237

ସକାଳ

ମଧ୍ୟାହ୍ନ

ସଞ୍ଜ ଓ ରାତି

ଶୈଶବ

କୈଶୋର

ଯୌବନ

ବୃଦ୍ଧ ଗତି।


ସକାଳର ଖରା

କଅଁଳ ପରା

ଅତିହିଁ ପ୍ରଖର ମଧ୍ୟାହ୍ନ ଖରା

ସଂଜର ଧୂପ ପବିତ୍ର ଅତି

ରାତି ବାର୍ଦ୍ଧକ୍ୟ ଦିଅଇ ଭିତ୍ତି।


ଦିନର ଅବସ୍ଥା ସମ

ଆମ ଜୀବନ

କିଛି ନୁହେଁ ଏ କ୍ଷଣ ଭଙ୍ଗୁର

ଏ ପାଇଁ କି କିଆଁ

ଏତେ ବଡେଇ

ଆ ମଣିଷ ପରି

ମଣିଷଟିଏ ହେବାରେ ଭାଇ।


ପରୋପକାର

ସହଯୋଗ ମନୋବୃତ୍ତି

ହୃଦୟେ ରଖିବା

ଜଗତ ପତି

ସୁକର୍ମ କରି ଯିବା ଫେରି

ଏତିକି ସୁବୁଦ୍ଧି ଦିଅନ୍ତୁ ସଭିଙ୍କୁ ଶ୍ରୀହରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational