STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

କ୍ଷୀରଚୋରା ଗୋପୀନାଥ

କ୍ଷୀରଚୋରା ଗୋପୀନାଥ

1 min
243

ବାଲିର ସହର ଆମ ବାଲେଶ୍ୱର

ଐତିହ୍ୟରେ ଭରପୁର,

ରମଣୀୟ ସ୍ଥାନ ରେମୁଣା ଗ୍ରାମରେ

ପ୍ରଭୁ ଗୋପୀନାଥ ମନ୍ଦିର,

ପ୍ରସିଦ୍ଧ ଆନ୍ତର୍ଜାତୀୟ ମନ୍ଦିର

ଗଙ୍ଗ ବଂଶ ରାଜା ନରସିଂହ ଦେବ,

ନିର୍ମାଣ କଲେ ମନ୍ଦିର।


ସମ୍ବନ୍ଧ ତତ୍ତ୍ଵ ଶ୍ରୀ ମଦନମୋହନ

ଶ୍ରୀ ଗୋବିନ୍ଦ ଅବିଧେୟ ତତ୍ତ୍ଵ,

ପ୍ରଭୁ ଶ୍ରୀ ଗୋପୀନାଥ ପ୍ରୟୋଜନ ତତ୍ତ୍ଵ

ତ୍ରି ଦେବ ଯେ ବିରାଜିତ,

ଗୁପ୍ତ ବୃନ୍ଦାବନ ଧାମ

ରମଣୀୟ ରେମୁଣାର ପରିବେଶ,

ଗୋପୀନାଥ ଯେ ପୂଜିତ।


ଦେବ ମାଧବେନ୍ଦ୍ର ଶ୍ରୀ ରସିକାନନ୍ଦ

ଗୋସାଇଁ ପ୍ରମୁଖ ସନ୍ଥ,

ରାଜା ନରସିଂହ ଦେବ ଓ ରାଣୀ

ଅବସ୍ଥାନ ପ୍ରମାଣିତ,

ସାଧୁସନ୍ଥଙ୍କ ରହଣୀ ଏ ସ୍ଥାନ

କୂଟ ପୋଖରୀ ଓ ବଜ୍ର ପୋଖରୀ କୂଳେ,

ଜଗନ୍ନାଥ ଅଷ୍ଟପୂଜା ମନ୍ଦିର ଜାଣ।


କିମ୍ବଦନ୍ତୀ ଅଛି ପ୍ରଭୁ ରାମଚନ୍ଦ୍ର

ସୀତା ସ୍ନାନେ ଗଙ୍ଗାଜଳେ,

ଶର ମୁନେ ସପ୍ତରେଖା ନଦୀ ଖନନେ

ଗଙ୍ଗାଙ୍କୁ ସ୍ମରଣ କଲେ,

ପୁଣି ଭକ୍ତ ମାଧବେନ୍ଦ୍ର

ମଳୟ ଚନ୍ଦନ ଉଦ୍ଦେଶ୍ୟରେ ବୃନ୍ଦାବନରୁ,

ରେମୁଣା ଆସିଲେ।


ଗୋପୀନାଥଙ୍କ ଅମୃତକେଳି ଖାଇବା

ପାଇଁ ମନ ବଳାଇଲେ,

ଅନ୍ତର୍ଗତେ ଜାଣି ଧୋତି ତଳେ ରଖି

ପୂଜାରୀକୁ ସ୍ୱପ୍ନାଦେଶ ଦେଲେ,

ପୂଜକ ଆଶ୍ଚର୍ଯ୍ୟ ହେଲେ

ମାଧବେନ୍ଦ୍ର ପୁରୀ କ୍ଷୀରଭୋଗ ଖାଇ,

କୃତ୍ୟ କୃତ୍ୟ ହୋଇଗଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational