Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Inspirational

3  

Sadananda Sahoo

Inspirational

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
344


କର୍ତ୍ତବ୍ୟ ପାଳନ କର ସୁଧିଜନ

  କରୁଛି ମୁଁ'ନିବେଦନ ;

ଜୀବନ ଦର୍ଶନ ହେଉ ଅମଳିନ

  ତ୍ୟାଗପୂତ ହେଉ ମନ ॥


 ସମାଜ କଲ୍ୟାଣ ହେଉ ମହାବ୍ରତ

   ଅପସରି ଯାଉ ଦୁଃଖ  

କର୍ତ୍ତବ୍ୟ ସମୀପେ ସୁଖ ଭାସି ଆସେ

   ହୃଦୟେ ଦରଦ ରଖ ॥


ଦାୟିତ୍ୱ କର୍ତ୍ତବ୍ୟ ମାନବର ଧର୍ମ

   ଗୁରୁବାକ୍ୟ ସଦା ହେଜ

କର୍ମ ଆଗଭରେ କର୍ତ୍ତବ୍ୟ ପାଳନେ

   ଅତୁଟ ରଖ ହେ ଧୈର୍ଯ୍ୟ ॥


ସୁକର୍ମ କଲେ ଭଲ ଫଳ ମିଳେ

  କୁକର୍ମ କଲେ ପାପ 

କର୍ମ ଆଧାରରେ ପୂଣ୍ୟଫଳ ମିଳେ

  ଦୂରୀଭୂତ ହୁଏ ଶାପ ॥


କର୍ତ୍ତବ୍ୟ ସଂହିତା ରଖଇ ମର୍ଯ୍ୟାଦା

  ତୃଷା ନିବାରଣେ ଜଳ 

ଦୁଃଖ ସୁଖ ଚିତ୍ର ସମାଜର ମିତ୍ର

  କୀର୍ତ୍ତି ରହେ ସର୍ବ କାଳ ॥


ମଣିଷ ଜନମ ଲଭିଚେ ନିଶ୍ଚୟ

  କୋଟି ପୂଣ୍ୟଫଳେ ସତ୍ୟ 

ଆସିଛେ ଧରାକୁ ସେବା କରିବାକୁ

  କର୍ତ୍ତବ୍ୟ ପାଳିବା ନିତ୍ୟ ॥


ମଣିଷ ଜନମ ହୋଇବ ସାର୍ଥକ

  ସେବା ଧର୍ମ କଲେ କିଛି

କର୍ତ୍ତବ୍ୟ ପାଳନେ ରହିବା ଅଚିରେ

 ପୂଣ୍ୟ ଫଳ ସଞ୍ଚିସଞ୍ଚି ॥


 ପିତା ମାତାଙ୍କର ଆଖିର କପୋତ

  କର ନାହିଁ ଅବହେଳା

ସେବା ଧର୍ମ କରି ଅରଜ ହେ କୀର୍ତ୍ତି

  ପ୍ରଶମିତ ହେବ ଜ୍ଜ୍ଵାଳା ॥



Rate this content
Log in