STORYMIRROR

Rakesh Sahoo

Inspirational

2  

Rakesh Sahoo

Inspirational

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
14.1K


ସମସ୍ତେ ଏଠି କର୍ତ୍ତବ୍ୟରେ ବନ୍ଧା

ମୁକୁଳିବା ପାଇଁ କିଏ ଖୋଜେ କେତେ ଯେ ଫନ୍ଦା ।।

ହେଲେ ସେ କେବେ ମୋହରେ ଛନ୍ଦା

ତ ଆଉ କେବେ ସ୍ୱପ୍ନରେ ବନ୍ଧା ।।


ନିୟତି ବି ଏକ ବଡ ଶିକୁଳି

କେହି ଯିବେନି ଏଠି ମୁକୁଳି ।।

ସମୟର ଖେଳ ବଡ଼ ବିଚିତ୍ର

ବଦଳିଯାଏ ମାନସର ଚିତ୍ର ।।


ବଦଳିଯାଏ ଦୁନିଆ ଆଉ ସମ୍ପର୍କ

ଭଲ ଆଉ ମନ୍ଦ ଭିତରେ ଫରକ ।।

ବଦଳିବାକୁ ହୁଏ ମଣିଷକୁ

କେବେ କର୍ତ୍ତବ୍ୟ ପାଳିବାକୁ ।।


ଚାହେଁ ମଣିଷ ବନ୍ଧନରୁ ମୁକ୍ତି

ହେଲେ ବାନ୍ଧିଦିଏ ତାକୁ ଅଦୃଶ୍ୟ ଶକ୍ତି ।।

ସବୁରି ଆଗରେ ଥାଏ କର୍ତ୍ତବ୍ୟ ପାଳନ

ବଞ୍ଚିଥିବ ଜୀବନରେ ଯେତେ ଦିନ ।।


ରାକେଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational