STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
452

ମନୁଷ୍ୟ ଜୀବନ ଅତିହିଁ ଦୁର୍ଲ୍ଲଭ ପୂର୍ଣ୍ଣ ବଳେ ମିଳେ ଏହୁ 

ଅଟୋଇ କର୍ତ୍ତବ୍ୟ ଅଳଙ୍କାର ତାର ରଖିବା କର୍ତ୍ତବ୍ୟେ ଏହୁ।


କର୍ତ୍ତବ୍ୟ ବିମୁଖ ପ୍ରାଣୀ ହେଲେଭବେ ମୂଲ୍ୟ ତିଳେନାହିଁ ତାର,

ବିଫଳତା ଘଟେ ଜୀବନ ଯାତ୍ରାରେ ନହୁଏ ଆଦର ତାର।


ପିତୃମାତୃ ସେବା କର୍ତ୍ତବ୍ୟ ଭୁଲିଣ ସ୍ବାର୍ଥପଥେ ନିରନ୍ତର,

ବୃଦ୍ଧ ବୟସରେ ପିତୃମାତୃ ଛାଡି ଜୀବନ ଯାପନ ତାର।


ପତ୍ନୀ ବାକ୍ୟ ହୁଏ ଗୁରୁ ମନ୍ତ୍ର ତାର କର୍ତ୍ତ୍ୟବକୁ ଭୁଲି ଯାଏ,

ପାପକୁ ଧାରଣ କରୁ ଥାଏ ନିତ୍ୟେ ନରକ ର ପ୍ରାପ୍ତି ହୁଏ।୪।


ବୃଥା ହୁଏ ତାର ମନୁଷ୍ୟ ଜୀବନ ସମାଜ କରେଟି ଘୃଣା,

ଶାସ୍ତ୍ର ବାକ୍ୟ ଛାଡି କର୍ତ୍ତ୍ୟବକୁ ଭୁଲି ପତ୍ନୀ ସନ୍ତାନରେ ବଣା


ଏଭବ ସଂସାରେ ସେବା ଅଟେ ବଡ଼ ପିତୃମାତୃଙ୍କର ସେବା,

ପିତୃମାତୃ ଭକ୍ତି ଶ୍ରେଷ୍ଠ ଧର୍ମ ଅଟେ ଜୀବନେ ତାଙ୍କରି ସେବା।


ନିଜ ସ୍ବାର୍ଥ ଛାଡି ଜନସେବା କରେ ଜୀବନରେ ସର୍ବୋପରି,

ରାଷ୍ଟ୍ର ସେବା କରେ ଜୀବନର ମନ୍ତ୍ର ଧରି ଥାଏ ଜୋର୍ କରି।


ଗୃହ ଧର୍ମ ଅଟେ ସେବାରେ ଜଡ଼ିତ ସମସ୍ତଙ୍କ ସେବା ଯହିଁ,

ସମଭାବ ତହିଁ କର୍ତ୍ତବ୍ୟେ ଜଡ଼ିତ ଛୋଟ ବଡ଼ କେହୁ ନାହିଁ।


ପିତୃମାତୃ ସେବା କର୍ତ୍ତବ୍ୟ ଟି ବଡ଼ ଗୃହସ୍ତାଶ୍ରମରେ ଆମ୍ଭ,

ପତ୍ନୀ ସନ୍ତାନଙ୍କ ଭରଣ ପୋଷଣ ଦାମ୍ପତ୍ୟ ଧର୍ମଟି ଆମ୍ଭ।୯।


କର୍ତ୍ତବ୍ୟ ହିଁ ଶ୍ରେଷ୍ଠ ଜୀବନ ଯାତ୍ରାରେ କର୍ମ ଅଟେ ଆମ୍ଭ ଧର୍ମ,

ରାଷ୍ଟ୍ର ଭକ୍ତି ଅଟେ ଜୀବନେ ରତନ ଜନସେବା ଆମ୍ଭ କର୍ମ।


ଗୁରୁଜନ ପ୍ରତି ଆଦର କରିବା କର୍ତ୍ତବ୍ୟରେ ରହି ନିତ୍ୟେ,

ଅତିଥି ସତ୍କାର ଜୀବନେ କର୍ତ୍ତବ୍ୟ ମନ୍ତ୍ର କରି ଥିବା ନିତ୍ୟେ।


ସତ୍ୟପଥ ନିତ୍ୟେ ଚଲା ମାର୍ଗ ହେଉ ପ୍ରଭୁ ଭକ୍ତି ରହୁ ପ୍ରାଣେ,

ପିତୃମାତୃ ସେବା ଭୂଷଣ ବଦନେ ଦାମ୍ପତ୍ୟ କର୍ତ୍ତବ୍ୟପ୍ରାଣେ।


ମାତୃଭାଷା ଅଟେ ଜୀବନ ଦର୍ପଣ କର୍ତ୍ତବ୍ୟଟି ରକ୍ଷା ପାଇଁ,

ମାତୃଭୂମି ଅଟେ ସ୍ବର୍ଗଠୁ ବଡ଼ହେ ପ୍ରାଣ ଯାଉ ତାର ପାଇଁ।


ମନୁଷ୍ୟ ଜୀବନ ଅତିହିଁ ଦୁର୍ଲ୍ଲଭ ପୂର୍ଣ୍ଣ ଫଳେ ମିଳେ ଏହୁ,

ଅଟୋଇ କର୍ତ୍ତବ୍ୟ ଅଳଙ୍କାର ତାର ରଖିବା କର୍ତ୍ତତ୍ୟେ ଏହୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract