STORYMIRROR

Ajit Kumar Raut

Action

3  

Ajit Kumar Raut

Action

କର୍ତ୍ତବ୍ୟ ପଥରେ ସମାଜ

କର୍ତ୍ତବ୍ୟ ପଥରେ ସମାଜ

1 min
156


ଦୀର୍ଘ ବର୍ଷ ପରେ ଆସିଛି ସୁଯୋଗ

  ଆତ୍ମନିର୍ଭରଟି ପାଇଁ

କର୍ମପଥେ ସବୁ ଆଗୁଆ ହୁଅନ୍ତି

  ରାଷ୍ଟ୍ରର ଉନ୍ନତି ପାଇଁ।


କଳିଯୁଗ ଏହୁ କଳିତ କରିବ

  ଲୋଭ ହିଂସା ଥିବ ତହିଁ

ଅସତ୍ୟର ବାଟ ବାଧ୍ୟ କରୁଥିବ

  ଅଧର୍ମର ବାଟ ଯହିଁ।


ସତ୍ତା କାମନାର ତାଣ୍ଡବ ଚାଲିବ

  ଦେଶ ଭକ୍ତି ଭୁଲି ଯିବେ

ସ୍ବାର୍ଥର ନିମନ୍ତେ ନାଟକ ଅପାର

  ଜନତାଙ୍କୁ ଠକୁ ଥିବେ।


କିନ୍ତୁ ଯୁବା ମଧ୍ୟେ ନାହିଁ ସେହୁ ଭାବ

  ମନେ ଖାଲି ରାଷ୍ଟ୍ର ହୀତ

ଆତ୍ମନିର୍ଭରଟି କିପରି ହୋଇବେ

  ଚିନ୍ତା ମାତ୍ର ରାଷ୍ଟ୍ର ହୀତ।


ଯୁଗର ପ୍ରଭାବ ଛୁଇଁ ନ ପାରେନି

  ଅନ୍ଧବିଶ୍ବାସଟି ଶୁନ୍ୟ

କିପରି ହୋଇବେ ଆତ୍ମନିର୍ଭରଟି

  ନିତ୍ୟେ କାର୍ଯ୍ୟେ ତାଙ୍କ ମନ।


ଦେଶ ଲୋକତନ୍ତ୍ର ଜନତା ଶାସକ

  ଜନତା ହିଁ ସର୍ବୋପରି

ଆଧାର ଜନତା ହସ୍ତେ ସବୁ କିଛି

  ତାଙ୍କ ଇଚ୍ଛା ସର୍ବୋପରି।


ଭାଗ୍ୟବାନ ରାଷ୍ଟ୍ର ଜନତା ନିର୍ଣ୍ଣୟ

  ଶକ୍ତିଶାଳୀ ସରକାର

ଏକତ୍ରିତ କଲା ପବିତ୍ର ଭାରତ

  ଗୌରବ ମିଳେ ଅପାର।


ଗୁଞ୍ଜେ ବିଶ୍ବ ମଧ୍ୟେ ଦେଶର ଗୌରବ

  ଶକ୍ତିଶାଳୀ ଦେଶ ଆଜି

ଯୁବାଯୁବତୀଙ୍କ ନିସ୍ବାର୍ଥର କର୍ମ

  ସମ୍ମାନ ଦେଉଛି ଆଜି।


କଳିଯୁଗ ଅଟେ କର୍ମର ନିମନ୍ତେ

  କର୍ମଜ୍ଞାନ ସର୍ବୋପରି

ମନୁଷ୍ୟ ଜୀବନ କର୍ମର ନିମନ୍ତେ

  ରାଷ୍ଟ୍ରକାର୍ଯ୍ୟ ସର୍ବୋପରି।


ସେବା ଉପାସନା ପ୍ରଭୁ ଭକ୍ତି ସାର

  କଳିଯୁଗ ଦିଏ ମନ୍ତ୍ର

କଳିଯୁଗ ଦିଏ ଜ୍ଞାନ ସତ୍ୟ ଧର୍ମ

  ଜନତା କଲ୍ୟାଣ ମନ୍ତ୍ର।


ଯେଉଁ ଯୁଗେ ଗୁଞ୍ଜେ ପ୍ରଭୁ ନାମ ନିତ୍ୟେ

  ଯୁଗର ଶିକ୍ଷା ତ ଭକ୍ତି

ଆତ୍ମନିର୍ଭରଟି ହୁଏ ଏବେ ରାଷ୍ଟ୍ର

  ଏହୁତ ଯୁଗର ଶକ୍ତି।


ଦେଶର ସୁରକ୍ଷା ଅଭେଦ୍ୟ ଯେଉଁଠି

  କମ୍ପୁ ଥାଏ ଶତ୍ରୁ ସଦା

ଯୁବା ଓ ଯୁବତୀ କର୍ମପଥେ ସବୁ

  କର୍ତ୍ତବ୍ୟ ପଥରେ ସଦା।


ଜ୍ଞାନ ଓ ବିଜ୍ଞାନ କର୍ମ ଭୂମି ଯାର

 କୃଷ୍ଣ ରାମଙ୍କର ଭୂମି

ଜଗନ୍ନାଥ ଭୂମି ପବିତ୍ର ଭାରତ

 ଏହୁତ ତପ୍ୟାସା ଭୂମି।

   




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action