STORYMIRROR

PURNA CHANDRA PANDA Purna

Inspirational Others Children

4  

PURNA CHANDRA PANDA Purna

Inspirational Others Children

କର୍ତ୍ତବ୍ୟ ଆମର

କର୍ତ୍ତବ୍ୟ ଆମର

1 min
221

ନିଜ କlମ ନିଜେ କରିବ ବାଳକେ

ଅନ୍ୟ ପାଇଁ କିଛି ରଖିବ ନାହିଁ,,

ଅନ୍ୟ ପାଇଁ କାମ ଛାଡିଲେ ଧନରେ

ଉଦାହରଣ..ଟେ ହୋଇବନାହିଁ ll 321

ଯାହା କାମ ଅଛି ବୋଲି ଭାବୁଅଛ

ତାହା ସମ୍ପାଦିବ ନ'କରି ହେଲା,,

ପିତାମାତା, ବନ୍ଧୁ ଉପରେ ଛାଡିଲେ

ଭବିଷ୍ୟତେ ଜାଣ ବୁଡ଼ିବ ଭେଳା ll

ପାଠ ପଢ଼ା, ନଖ କଟା, ଜlମା ସଫା

ବହି ବସ୍ତାନି ସଜାଡ଼ି ରଖିବା,,

ପଢ଼ାଘର ସଫା, ଠାକୁର ଆଶିଷ

ଦୈନ୍ୟଦିନ ଠିକ ମନେରଖିବା ll

ସଜେଇ ରଖିବା, ସାଇତି ରଖିବା

ଏଣେତେଣେ କିଛି ଫିଙ୍ଗିବା ନାହିଁ,,

ଏଣେ ତେଣେ ଯଦି ଫିଙ୍ଗିବା ବାଳକେ

ଖୋଜିଲେ ଛୁଞ୍ଚିଟେ ପାଇବନାହିଁ ll

ଚିରା ଲୁଗା, ଚିରା କାଗଜ ବାବୁରେ

ଯତ୍ନ ସହକାରେ ଆଇତି ଥିଲେ,,

ଏପରି ସମୟେ ଦରକାର ହେବ

କେତେ ଖୁସି ତୁମେ ପାଇବ ଭଲେ ll

ଆଜି ଯାହା ଗୁରୁ ପଢ଼ାଇଲେ ପାଠ

ଘରେ ବସି ଆଉ ଥରେ ପଢ଼ିବା,,

ଗୁରୁ ପାଠଦାନ ସମୟରେ ଆମ୍ଭେ

ମନ ଯୋଗ ସହକାରେ ଶୁଣିବା ll

ଅଳପ ଆହାର, ନିରୋଳା ର ସ୍ଥାନ

ଅଳପ ନିଦରେ ଧ୍ୟାନ ରଖିବ

ଉଚ୍ଚାରଣ କରି ଭଲେ ପାଠ ଧରି

ନିଜ ନଉକାର ନାଉରୀ ହେବ ll

ଶ୍ରେଣୀଗୃହେ ଥାଇଁ ଚିମୁଟା ରାମ୍ପୁଡ଼l

ଥଟ୍ଟା ମଜା ନୁହେଁ ଛlତ୍ର ଜୀବନ,,

ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ

ପହଞ୍ଚାଇ ଦେବ ନନ୍ଦନବନ ll

ମିଥ୍ୟାର ଆଶ୍ରୟ ଥରେ ନେଲେ ପିଲେ

ତା'କବଳୁ ମୁକ୍ତି ପାଇବା ପାଇଁ,

ହଜାରେ ମିଥ୍ୟାର ଆଶ୍ରୟ ନେବାରେ

ତା'ପଞ୍ଝାରୁ ମୁକ୍ତ ହୋଇବା ପାଇଁ ll

ଅଳସୁଆ ପଣ ଛlତ୍ର ଜୀବନରେ

ସବୁଠାରୁ ବଡ଼ ଶତ୍ରୁ ଆମ୍ଭର,,

ଠିକ ଖାଇବା, ଠିକ ଶୋଇବା

ଠିକ ଉଠିବା ଧର୍ମ ତୁମର ll

ତମେ ରାଷ୍ଟ୍ରପlଳ, ତମେ ରlଜା ହେବ

ତମେହିଁ ଅର୍ଜୁନ ଆଉ ଶ୍ରୀକୃଷ୍ଣ,,

ତମେ ଧୂର୍ଵ ଜ୍ଞାନୀ ତମେ କର୍ଣ୍ଣ ଦାନୀ

ତମେହିଁ ଭାରତ ଭରତ ବଂଶ ll

ତମକୁ ଚାହିଁଛି ଏ ଦେଶ ମାତୃକା

କେବେ ତାର ଦୁଃଖ ହୋଇବ ଦୂର,,

ଅଇରୀ ନିବାରି ମା'କୋଳ ଭରି

ବୀର କୁମରଟେ ହୋଇବ ତା'ର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational