କୃଷ୍ଣଙ୍କ ଅଳି
କୃଷ୍ଣଙ୍କ ଅଳି
ରେ ବନମାଳୀ,କିମ୍ପା କରୁଛୁ ଏତେ ଅଳି
ଖେଳିବୁ ରାମ ସଙ୍ଗେ, ଆନନ୍ଦେ ନାନାରଙ୍ଗେ
ଗୋପାଳ ବାଳ ସଙ୍ଗେ ମିଳି।ରେ...
କ୍ଷୀର,ସର,ଲବଣୀ,ଖାଇବୁରେ ଧନମଣି
ହସ୍ତ ପଖାଳି ଆସ ଚଳି।ରେ...
ଦାଣ୍ଡରେ ଖେଳି ଧୂଳି, ଦାମ,ସୁଦାମ ମିଳି
ଦେହ ମୁଣ୍ଡରେ ବୋଳି ଧୂଳି।ରେ...
ବିକା ଆସିଲେ କୋଳି,ବାଟ ଦେଉ ଓଗାଳି
ପଣନ୍ତ ଧରି କରୁ ଅଳି।ରେ...
ମିଳି ଯମୁନା କୂଳେ,ଲୁଚି କଦମ୍ବମୂଳେ
ରାଧିକା ବାଟକୁ ଓଗାଳି।ରେ...
ସକଳ ବ୍ରଜବାଳୀ,କୁଞ୍ଜବନରେ ମିଳି
ନାନା ରଙ୍ଗରେ କରି କେଳି।ରେ...
କହଇ ଘନଶ୍ୟାମ, କରି କୋଟି ପ୍ରଣାମ
ତବ ଚରଣେ କରି ଅଳି।ରେ...
