Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

3  

Antaryami Sahu

Inspirational

କୃଷ୍ଣମୋର ପ୍ରାଣ

କୃଷ୍ଣମୋର ପ୍ରାଣ

1 min
217


କୃଷ୍ଣ ମୋର ପ୍ରାଣ ସଖିରେ

କୃଷ୍ଣ ମୋ ଜୀବନ,

କୃଷ୍ଣ ମୋର ମନ ସଖିରେ

କୃଷ୍ଣ ମୋର ଧନ ।।


କୃଷ୍ଣ ମୋର ଦାନ ସଖିରେ

କୃଷ୍ଣ ମୋର ଧ୍ୟାନ,

କୃଷ୍ଣ ନାମ ବିନୁ ସଖିରେ

ନଜାଣଇ ଆନ । ।


କୃଷ୍ଣ କୃଷ୍ଣ କୃଷ୍ଣ ଜଗତବନ୍ଧୁ

କୃଷ୍ଣ କୃଷ୍ଣ କୃଷ୍ଣ କରୁଣା ସିନ୍ଧୁ ,

ଭଜରେ ମନ ଜଗତବନ୍ଧୁ

ପାରି କରି ନେବେ କରୁଣା ସିନ୍ଧୁ । ।


କୃଷ୍ଣ ମୋର ପଞ୍ଚପ୍ରାଣରେ

କୃଷ୍ଣ ମୋର ସଖା,

କୃଷ୍ଣ ମୋର ଜପ-ତପରେ

କୃଷ୍ଣ ମୋର ଦୀକ୍ଷା । ।


କୃଷ୍ଣ ମୋର ମାତା-ପିତାରେ

କୃଷ୍ଣ ମୋର ଗୁରୁ

କୃଷ୍ଣ ମୋର ଭାଇ-ବନ୍ଧୁରେ

କୃଷ୍ଣ କଳ୍ପ ତରୁ । ।


କୃଷ୍ଣ ନାମ ଏକା ଅମୂଲ୍ୟ ଧନ

ଆଉ ଯେତେ ସବୁ ଅଢ଼େଇ ଦିନ,

ରାଧାକୃଷ୍ଣ ନାମ ଜପରେ ମନ

ତରିଯିବୁ ଦିନେ ଏ ଧରାଧାମ । ।



Rate this content
Log in

Similar oriya poem from Inspirational