STORYMIRROR

Ghanashyam Jena

Inspirational

3  

Ghanashyam Jena

Inspirational

କୃଷ୍ଣକେଶବ ଚଉତିଶା

କୃଷ୍ଣକେଶବ ଚଉତିଶା

1 min
369


 

ଡାକିଲା ଜଳରେ ଗଜ,ନକ୍ର ନାଶି ଦେବରାଜ

ଡରେ ମୃଗୁଣୀ ବନସ୍ତେ, ଆର୍ତ୍ତେ ଡାକିଲା,

କୁରୁ ସଭାରେ ଦ୍ରୌପଦୀ,ଡାକଦେଲା ଦୟାନିଧି 

ଡେରି କର୍ଣ୍ଣ ଉଦ୍ଧରିଲ, ନକରି ହେଳା।       ଜଗତରେ ପଡଇ ଡାକ,

ଆର୍ତ୍ତତ୍ରାଣ ନାମ ତୋର, କର ସାର୍ଥକ।

"ଢ"ଢଳି ନାଚେ ବନମାଳୀ,ସୁଲଳିତ ସ୍ବରତୋଳି

ଗୋପବାଳୀ ସଙ୍ଗେ ମିଳି,ରାଈ ସୁନ୍ଦରୀ,

ସୁଢଳ ରୂପ ଲାବଣ୍ୟ, ବିଜୁଳି ଯେସନେ ଘନ

ଢଳି ଢଳି ନାଚୁଥାନ୍ତି,ବରଜବାଳୀ।

ଢାଳି ଦିଅ କରୁଣା ବାରି,

ଢାଙ୍କିଣ ଅଭୟ ଢାଲ,ରଖ ଶ୍ରୀହରି।

"ଣ"ନମଇ କୌଶଲ୍ୟାସୁତ,ଜାନକୀ ପ୍ରାଣନାୟକ

କୋଦଣ୍ଡ ଧାରଣ ରାମ,ଗର୍ବଗଞ୍ଜନ,

ନବୀନ ଘନ ବରଣ,ନବ ଦୂର୍ବାଦଳ ଶ୍ୟାମ

ମଙ୍ଗଳ ମୂରତି ରଘୁ କୁଳନନ୍ଦନ।

ଶ୍ରୀରାମ ରାଜୀବ ଲୋଚନ,

ସନ୍ଥ ଜନ ପାଳନ ହେ, ଖଳ ଦଳନ।

"ତ"ତୁମରି ନାମ ଶ୍ରବଣ,ଅବା କରି ସଂକୀର୍ତ୍ତନ

ତୁମ ନାମ ସୁମରିଣ, ଭକତ ଜନ,

ଲଭିଲେ ଗତି ମୁକତି, ପଦ ସେବା କରିନିତି

ତବ ପଦ୍ମପାଦ ତଳେ, ଦେଇଣ ମନ।

ତୋ ପାଦ ଅର୍ଚ୍ଚନ ବନ୍ଦନ,

ସଖ୍ୟ,ଦାସ୍ୟ,ଭାବରେ, ଆତ୍ମ ନିବେଦନ।


Rate this content
Log in

Similar oriya poem from Inspirational