STORYMIRROR

Etishree Jana

Inspirational

3  

Etishree Jana

Inspirational

କୃଷ୍ଣା

କୃଷ୍ଣା

1 min
228

ଦ୍ରୁପଦ ରାଜାଙ୍କ ପୁତ୍ର ଲାଳସାରେ

ଯଜ୍ଞରୁ ଜନ୍ମିଲେ ଯାଜ୍ଞସେନୀ

ଆର୍ଯ୍ୟବର୍ତ୍ତର ଭବିଷ୍ୟତ ଥିଲେ

ତାଙ୍କ ପରି କେହି ଜଗତେ ନାହିଁ।


ମାଗିଲେ ଦ୍ରୁପଦ କନ୍ୟାଟିଏ ପାଇଁ

ସାରା ଜଗତର କଷ୍ଟ

ସେହି କନ୍ୟା ପାଇଁ ଆରମ୍ଭ ହେଲା

ନୂତନ ସୃଷ୍ଟିର ବାଟ।


ପାଞ୍ଚାଳି ଯିଏ କି ଦେଖି ନାହାନ୍ତି

ନିଜ ବାଲ୍ୟାବସ୍ଥାର ଦୃଶ୍ୟ

ଶ୍ରୀକୃଷ୍ଣଙ୍କ ସେ ପ୍ରିୟ ସଖି

ନାମ ହେଲା ତାଙ୍କ କୃଷ୍ଣା।


କୃଷ୍ଣଙ୍କ ବିଚାରେ ସ୍ୱୟମ୍ବର ହେଲା

ଖୋଜିଲେ ପ୍ରକୃତ ଯୋଗ୍ୟତା

ଯୋଗ୍ୟତାରେ ପାର୍ଥ ବିଜେତା ହୋଇ

ସାଜିଲେ ସେ କୃଷ୍ଣା ଭାଗ୍ୟର ରେଖା।


ମାତାଙ୍କ ଆଦେଶେ ବଦଳିଲା ଭାଗ୍ୟ

ହୋଇଗଲେ ପାଞ୍ଚ ପତିଙ୍କ ପତ୍ନୀ

ପିତାଙ୍କ ବଚନ ସତ୍ୟ ହୋଇଗଲା

କଳଙ୍କିନି ସାଜି କୃଷ୍ଣା ହୋଇଲେ ସତୀ।


କୂଟକରି ଦ୍ୟୁତ ବିଜୟୀ ହେଲେ

ଧୃତରାଷ୍ଟ୍ର ଶତ କୌରବଗଣ

ଦାସ ହୋଇଗଲେ ପାଣ୍ଡଵମାନେ

ଲଗାଇଲେ ଭେଟି କୃଷ୍ଣାଙ୍କ ସମ୍ମାନ।


ଦୁଃଶାସନ ବସ୍ତ୍ର ହରଣ କଲା

ମୌନ ରହିଲା ଏ ରାଜ୍ୟସଭା

ନିଜ ଲଜ୍ୟାପାଇଁ କୃଷ୍ଣା ସଂଘର୍ଷ କଲେ

ନ କହିଲେ କେହି ପଦଟି କଥା।


ଶେଷରେ ଶ୍ରୀକୃଷ୍ଣ ସାହାଯ୍ୟ କଲେ

ଭରିଦେଲେ ବସ୍ତ୍ର ଭଣ୍ଡାର

ଟାଣି ଟାଣି ବସ୍ତ୍ର ହାଲିଆ ହେଲା

ଦୁଃଶାସନର ପୁରା ଶରୀର।


କ୍ରୋଧରେ କୃଷ୍ଣା ଜର୍ଜରିତ ହେଇ

ମୁକୁଳିତ କଲେ କେଶ ବେଣୀ

ଧୋଇଲେ କେଶ ଦୁଃଶାସନ ରକ୍ତେ

ତା’ପରେ ବାନ୍ଧିଲେ ଚୁଡାମଣି।


କୌରବଙ୍କ କୂଟ ଚକ୍ରାନ୍ତ ପାଇଁ

ହରାଇଲେ ପାଣ୍ଡବ ହସ୍ତିନାପୁର

ଅନ୍ୟାୟ ଉପରେ ବିଜୟ ପାଇଁ

ରଚିଥିଲେ ମହାଭାରତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational