କହରେ ଓଡ଼ିଆ ପୁଅ
କହରେ ଓଡ଼ିଆ ପୁଅ
କହରେ ଓଡ଼ିଆ ପୁଅ
ଆଉ କି ଗଢ଼ିବ ଦ୍ଵିତୀୟ କୋଣାର୍କ
ମନେ ହେଉନି ପ୍ରତ୍ୟୟ |
ଲିହାଣ ମୁଗୁର ଧରି
ବଜ୍ରସମ ଶିଳା ବକ୍ଷ ଚିରି ଚିରି
ଚିତ୍ର କି ପାରିବୁ କରି |
ଆଉ ଆନ ବାରବାଟୀ
ଗଢ଼ି କି ପାରିବୁ ବାରବର୍ଷ ଖଟି
ବାଜିଯିବ ତୋର ଘଣ୍ଟି |
ଆନ ଏକାମ୍ର ନଗରୀ
ପାରିବୁ କି କରି ମନ୍ଦିର ମାଳିନୀ
ମହେଶ ବିଳାସ ସ୍ଥଳି |
ଗଙ୍ଗା ଠାରୁ ଗୋଦାବରୀ
ସାମ୍ରାଜ୍ୟ ବିସ୍ତାର ରାଜ୍ୟ ଦିଗବିଜୟ
ସ୍ୱପ୍ନ କି ପାରୁଛୁ ସ୍ମରି |
ସାତ ସିନ୍ଧୁ ତେର ନଈ
ଡେଇଁ କି ବାଣିଜ୍ୟ କରିବୁ କି ଆଉ
ଓଡ଼ିଆ ଗରବ ବହି |
ଆନ୍ଧ୍ର କରେ ସୀମା ଚୋରି
ପଶ୍ଚିମ ବଂଗ ଯେ କରେ ଅନୁରୂପ
ପର ହାତେ ଭାଗ୍ୟ ଡୋରି |
ମଧୁ ବିଜୁଙ୍କ ଦାୟାଦ
ସ୍ୱାଭିମାନ ସବୁ ପୋଡ଼ି ଖାଇଲଣି
ପ୍ରକାଶି ମିଥ୍ୟା ଦାରିଦ୍ର୍ୟ |
