Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krishna Mishra

Fantasy

4  

Krishna Mishra

Fantasy

କୃଷ୍ଣା

କୃଷ୍ଣା

1 min
113



    ମୁଁ କିଏ? କ'ଣ ବା ମୋ ପରିଚୟ?

 ଦ୍ରୌପଦୀପାଞ୍ଚାଳୀ

ଯାଜ୍ଞେସେନୀ  

         କୃଷ୍ଣା

  ଏସମସ୍ତ ବିଶେଷ୍ୟ, ନାମବାଚକ ନୁହେଁ, 

       ସମ୍ବନ୍ଧ ବାଚକ -

  ମୋର କୌଣସି ନାମ ନାହିଁ

     ଦ୍ରୋଣାଚାର୍ଯ୍ୟଙ୍କ ଅପମାନେ 

       ଜଳୁଥିଲେ ପିତା ।

  ଲୋଡାଥିଲା ତା'ଙ୍କୁ ଏକ ଯୋଦ୍ଧା ।

  ସୂଚ୍ୟଗ୍ର ସମ ଭୂମିହୀନ ବ୍ୟକ୍ତିଙ୍କ 

     ପତ୍ନୀ ହୋଇ ଆଜନ୍ମ ଜଳିଛି ।

  ପଞ୍ଚ ପାଣ୍ଡବରେ ମୋତେ ବାଣ୍ଟି ଦିଆଗଲା ,

କୁରୁସଭାରେ ପାଞ୍ଚ ପତିଙ୍କ ଉପସ୍ଥିତିରେ 

      ମୁଁ ଥିଲି ଏକୁଟିଆ

     ମୁଁ କୁଆଡେ ମହାଭାରତର କାରଣ!

 ଅସଂଖ୍ୟ ଜୀବନର ମୃତ୍ୟୁର କାହାଣୀ ମୁଁ!

  କାରଣ, ମୁଁ ଆଖିର ଲୁହ ଆଖିରେ ପିଇଛି 

 ହୃଦୟର କୋହକୁ ହୃଦୟରେ ସମାଧି ଦେଇଛି 

      ଇତିହାସ ଏହାର ମୂକସାକ୍ଷୀ ।

   ମୁଁ, ମାତ୍ର କିଛି ପ୍ରଶ୍ନ କରିଥିଲି 

       ଆଉ କିଛି ଆଶଙ୍କା 

    ମୁଁ ନାମରୁ ବଞ୍ଚିତ ହେଲି?

      


Rate this content
Log in

Similar oriya poem from Fantasy