STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

କୃଷ୍ଣ ସୁଦାମା

କୃଷ୍ଣ ସୁଦାମା

1 min
174


କୃଷ୍ଣ ଚେତନା ଭିତରେ 

ଛାର ଖୁଦଭଜା

କାନ୍ଦୁଥିଲା ଗଣ୍ଠିଲିରେ 

ଦେଖି ସେ ଆତିଥ୍ୟ 

ପରମ ମୁଗ୍ଧ ଭୁଲିଗଲେ 

କହିବାକୁ ନିଜ ତଥ୍ୟ 

କୃଷ୍ଣ ସୁଦାମାଙ୍କ ପରି ସଖା 

ମିଳେ ନାହିଁ କାହିଁ ଦେଖା 

ଖୁଡାଭଜା ଏକ ସମ୍ମୋହନ 

ଜଣା ପଡିଲାନି ବାଟଚଲା ବ୍ୟଥା 

ସଖିମାନଙ୍କର ଆଲଟ ଚାମର 

ପାଦ ଧୁଆ ଦେଖି ବନ୍ଧୁ ଶ୍ରୀକୃଷ୍ଣଙ୍କର 

କାନ୍ଧେ ଝୁଲେ ଖୁଦଭଜା ଏକା ଏକା 

ଦେଇନପାରି ଲାଜରେ 

ମୁଁହ ଦିଶେ ଫିକା ଫିକା 

ଭାବ ବିନୋଦିଆ କେମିତି ଜାଣିଲେ 

ଛଡେଇ ଖାଇଲେ 

ପରମ ତୃପ୍ତିରେ ତାଣ୍ଡୁଳ ଆଣିଥିଲେ ସଖା 

ସୁଦାମା ଭୁଲିଲେ ଦୁଃଖ କହିନପାରିଲେ 

ପଲଙ୍କେ ବସାଇ ବାସନ ପିନ୍ଧାଇ 

ପଚାରନ୍ତି କେତେ ଦୁଃଖ ସୁଖ ସଖା 

ସଖୀମାନେ ସବୁ ଆଲଟ କରନ୍ତି 

ସୁଦାମାଙ୍କ ବ୍ୟତିବ୍ୟସ୍ତ ଦେଖିନେଇ 

ସର୍ବଜାଣ ସର୍ବମନକଥା ଜାଣି 

ଉପଚାରେ ଶ୍ରଦ୍ଧା ସୁଦାମା ଙ୍କୁ ଭରି 

କୋଳାଗ୍ରତ କଲେ ଆଲିଙ୍ଗନେ ଭରି 

ସୁଦାମା ଆସିଲେ ଫେରି 

ନିଜ କୁଡିଆକୁ ଚିହ୍ନି ପାରିଲେନି 

ପଚାରନ୍ତି ଆକୁ ତାକୁ 

ମନ ନେଇ ମନ ଚି଼ହ୍ନେ ଯେ କହ୍ନେଇ 

ଏକଥା ସୁଦାମା ନିଜେ ଜାଣିନେଇ 

ପରମ ତୃପ୍ତିରେ 

ଖୁଦଭଜା ଗଣ୍ଠିଲି କୁ ଆଉଁସି ଦେଇ 

ଭାବନ୍ତି ସରଳ ହୃଦୟରେ 

ଆର ଥର ଯିବି ନେଇ 

ସେଇ ସରଳତା ନିଷ୍କପଟତା 

ବନ୍ଧୁଙ୍କୁ ଯାଇଛି ମୋହି 

କହ୍ନେଇ ସଙ୍ଗରେ ସୁଦାମାଙ୍କ ଭାବ 

କିଏ ନଜାଣିଛି 

ଏମିତି କେ ଥିବ କାହିଁ 

ତଥାପି ସେ ବନ୍ଧୁତ୍ୱ ଭିତର

 ବାନ୍ଧବ ବୋଲାଇ 

ଶ୍ରୀକୃଷ୍ଣ ସୁଦାମାଙ୍କ ଛାଇ ହୋଇ 

ଦ୍ୱାପରରୁ ତ୍ରେତୟା ଓ 

କଳିରେ ସ୍ୱର୍ଣ୍ଣାଭ କାଳିରେ ଲେଖିଛି କେହି 

ଯାହା କେବେ ଲିଭିଯିବ ନାହିଁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational