STORYMIRROR

Jagabandhu Sahu

Classics Others

3  

Jagabandhu Sahu

Classics Others

କୃଷ୍ଣ ପ୍ରେମେ ହେଲି ବାଇ

କୃଷ୍ଣ ପ୍ରେମେ ହେଲି ବାଇ

1 min
6.0K


ତୁମ ପ୍ରେମେ ଭିଜି ତୁମରି ନାମରେ

ବଜାଏ ପ୍ରେମ ରାଗିଣୀ

ରହିବାକୁ ଚାହେଁ ତୁମରି ହୃଦୟେ

ସାଜି ତୁମ ପୂଜାରିଣୀ


କିଏ କହେ ମିରା ତୋ ପ୍ରେମ ଅଧୁରା

ଭୁଲିଗଲା ତୋତେ କାହ୍ନୁ

କାହିଁକି ପାଗଳ ହେଉଛୁ ତା ପାଇଁ

କାଢି ଦେ ଯେ ତାକୁ ମନୁ


କିଏ କହେ ମିରା ଆଉ ଫେରିବନି

ନାଟୁଆ ନାଗର ସିଏ

ଯୋଶଦା ମାଆକୁ ମଥୁରାକୁ କହି

ଦ୍ବାରିକା ଯାଇଛି ଯିଏ


ମିରା କହେ ସଖି ଶୁଣ ମୋ ବଚନ

କାହ୍ନୁ ମୋ ହୃଦ ଚନ୍ଦନ

ଗଲେ ଯାଉ ଉଡି ପ୍ରାଣବାୟୁ ମୋର

ତା ଆଗେ ତୁଛ ଜୀବନ


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics