STORYMIRROR

Chittaranjan Nanda

Abstract Action Others

3  

Chittaranjan Nanda

Abstract Action Others

କୃଷ୍ଣ ପାଗୋଡ଼ା କୋଣାର୍କ ମନ୍ଦିର

କୃଷ୍ଣ ପାଗୋଡ଼ା କୋଣାର୍କ ମନ୍ଦିର

1 min
195


ବିଶ୍ୱ ପ୍ରସିଦ୍ଧ ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଏକ

କୋଣାର୍କ ସୂର୍ଯ୍ୟ ମନ୍ଦିର

ମନ୍ଦିରଟି ପଥରରେ ନିର୍ମିତ ହୋଇଛି

ପଞ୍ଚରଥ ବିଶିଷ୍ଟ ରଥାକୃତିର

ମନ୍ଦିରଟି ଅବସ୍ଥିତ ଓଡିଶା ପ୍ରଦେଶର ପୁରୀ

ଜିଲ୍ଲାର କୋଣାର୍କରେ

ଏହା ଅବସ୍ଥିତ ପ୍ରାଚୀ ନଦୀ ଓ ବଙ୍ଗୋପସାଗର

ର ସଙ୍ଗମ ସ୍ଥଳରେ

ଅନୁମାନ ମନ୍ଦିରଟି ନିର୍ମିତ ହୋଇଥିଲା ପ୍ରାୟ

୧୨୫୦ ଖ୍ରୀଷ୍ଟାବ୍ଦରେ

ପ୍ରାକୃତିକ ବିପର୍ଯ୍ୟୟରୁ ମନ୍ଦିର କ୍ଷୟ ହେଉଛି

ଧୀରେ ଧୀରେ 

ଆଗରୁ ଏକ ପୋତାଶ୍ରୟୀ ବନ୍ଦର ଥିଲା ପରା

ଏହି ସ୍ଥାନରେ

ପରିଚିତ ଥିଲା କୋନାଗର ବା ‘‘କୋଣଗର’’

ନାମରେ

ଏକ ଶକ୍ତିଶାଳୀ ଚୁମ୍ବକ ଥିଲା କୋଣାର୍କ

ମନ୍ଦିରର ଶୀର୍ଷରେ

ବଡ ଜାହାଜ ମାନଙ୍କୁ ଆକର୍ଷଣ କରୁଥିଲା

ଶକ୍ତିଶାଳୀ ଚୁମ୍ବକରେ

ଭଲ ଭଲ କାରିଗର ଶ୍ରମିକ ପରିଶ୍ରମ କଲେ

ମନ୍ଦିରର କାର୍ଯ୍ୟରେ

ସେଇ କାରିଗର ଶ୍ରମିକଙ୍କ ନାମ ମନେ ତ

ରଖିନି ଇତିହାସ ପୋଥିରେ

ମନ୍ଦିରଟି ନିର୍ମାଣ ହୋଇଲା ୧୨ବର୍ଷର

ରାଜସ୍ୱ ଖର୍ଚ୍ଚ ଆମ ଓଡ଼ିଶାର

ଭଙ୍ଗା ପଥର ଭିତରୁ ଭାସି ଆସେ ମନ୍ତ୍ର

କ୍ଷୁର୍ଣ ହୋଇଥିବା ଅଧିକାରର

କଳାନୈପୁଣ୍ୟକୁ ଦେଖି ପ୍ରଶଂସା କରନ୍ତି

ଅନେକ କବି, ତାଂକ କବିତାରେ

‘‘ଏଠାରେ ପଥର ମଣିଷଠାରୁ ଅଧିକ କଥା

କହେ।’’ ରବୀନ୍ଦ୍ରନାଥ ଠାକୁର ଭାଷାରେ

ଚନ୍ଦ୍ରଭାଗା ନଦୀ ସାଇତି ରଖିଛି ଧରମାର

ନୀରବ ଲୁହ ତା’ ଗର୍ଭରେ

ଆଜି ଅବହେଳିତ ହୋଇ ପଡ଼ିଛି ଅବିଶ୍ୱସ୍ତ

ଦାୟାଦଙ୍କ ଦୟାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract