STORYMIRROR

Pranati Jena

Inspirational Others

3  

Pranati Jena

Inspirational Others

କୃଷ୍ଣ ମୋର ପ୍ରାଣ

କୃଷ୍ଣ ମୋର ପ୍ରାଣ

1 min
349

କୃଷ୍ଣମୋର ଧନ କୃଷ୍ଣ ମୋ, ଜୀବନ

    କୃଷ୍ଣମୋର ବନମାଳି 

କୃଷ୍ଣ ମୋ'ଶଙ୍ଖାଳି କୃଷ୍ଣ ଗଳାମାଳି

    କୃଷ୍ଣ ରସିକେନ୍ଦ୍ରମୌଳି ।


କୃଷ୍ଣ ଅନୁରାଗ କୃଷ୍ଣ ଅନୁଭବ

   କୃଷ୍ଣମୋର ଭବ୍ୟଭାବ,

କୃଷ୍ଣବିନା ଆନ ନଜାଣେ ଜୀବନ

   ପିତା,ମାତା, ପୁତ୍ର,ସର୍ବ ।


କୃଷ୍ଣତନୁ,ମନ କୃଷ୍ଣପ୍ରାଣଧନ

   କୃଷ୍ଣବିନୁ ନାହିଁ ଆନ,

କୃଷ୍ଣମୋ ସର୍ବସ୍ୱ କୃଷ୍ଣ ମୋର ଆଶ

   କୃଷ୍ଣ ଯଶୋଦା ନନ୍ଦନ ।


କୃଷ୍ଣ ମୋର ଆତ୍ମା କୃଷ୍ଣପରମାତ୍ମା

     କୃଷ୍ଣମୟ ସୃଷ୍ଟିସାରା,

କୃଷ୍ଣ ନାମପ୍ରାଣ  କୃଷ୍ଣହିଁ ପରାଣ

    କୃଷ୍ଣ ଘନଶ୍ୟାମ ପରା ।


କୃଷ୍ଣମୋର ଗତି କୃଷ୍ଣମୋର ସ୍ଥିତି

    କୃଷ୍ଣମୋର ମତି,ସାଥି,

କୃଷ୍ଣମୋର ପ୍ରୀତି କୃଷ୍ଣ ମୋ 'ସମ୍ପତ୍ତି

    କୃଷ୍ଣମୋର ସ୍ମୃତି,ଶକ୍ତି ।


କୃଷ୍ଣମୋ ସ୍ପନ୍ଦନ କୃଷ୍ଣ ପରିପୂର୍ଣ୍ଣ

   କୃଷ୍ଣ ଠାରେ ସମର୍ପଣ,

କୃଷ୍ଣ ମୋ ପିୟୁଷ କୃଷ୍ଣ ମୋ ଶାଶ୍ୱତ

   କୃଷ୍ଣମୋ'ମନମୋହନ ।


କୃଷ୍ଣମୋ' ମହକ କୃଷ୍ଣ ମୋ 'କାର୍ତ୍ତିକ

    କୃଷ୍ଣ ବିନା ନିସ୍ବମୁହିଁ,

କୃଷ୍ଣ ରେ,ଆସକ୍ତ କୃଷ୍ଣ ନିରାସକ୍ତ

    କୃଷ୍ଣପ୍ରେମ ଆନନାହିଁ ।


କୃଷ୍ଣମୋର ଶ୍ରଦ୍ଧା କୃଷ୍ଣମୋର ସୁଧା

    କୃଷ୍ଣ ମୋର ଜଗନ୍ନାଥ,

କୃଷ୍ଣ ମୋ'କବିତା କୃଷ୍ଣମୋ'ଶୂନ୍ୟତା

    କୃଷ୍ଣମୋର ଗୋପୀନାଥ ।


କୃଷ୍ଣବିନା କାହିଁ, କୃଷ୍ଣ ହିଁ ଗୋସେଇଁ

   କୃଷ୍ଣ ମୋ କର,କପାଳ,

କୃଷ୍ଣ ଜପାମାଳ କୃଷ୍ଣହିଁ ସମ୍ବଳ

   କୃଷ୍ଣ ମୋର ଭାଗ୍ୟବଳ ।


କୃଷ୍ଣମୋର ଛନ୍ଦ କୃଷ୍ଣ ମୋର ଶବ୍ଦ

    କୃଷ୍ଣମୋ'ଭିତରେ ଥାଇ,

  କୃଷ୍ଣ ହୃଦସିନ୍ଧୁ କୃଷ୍ଣ ପୂର୍ଣ୍ଣବିନ୍ଦୁ

    କୃଷ୍ଣ ଓଁକାରେ ଶୁଭଇ ।


କୃଷ୍ଣ ମୋର ରାଧା କୃଷ୍ଣ ବିନା ଅଧା

     କୃଷ୍ଣ ବଂଶୀ ମାଧୁରିମା,

କୃଷ୍ଣ ମୋ କଳ୍ପନା କୃଷ୍ଣ ଭାବମଗ୍ନା

     କୃଷ୍ଣସତ୍ତା ମୋର ଆତ୍ମା ।


କୃଷ୍ଣମୋର ସ୍ପର୍ଶ କୃଷ୍ଣରେ ବିବଶ

    କୃଷ୍ଣ ମୋ 'ପୂର୍ଣ୍ଣବିଶ୍ୱାସ,

କୃଷ୍ଣମୋ'ନିଶ୍ୱାସ କୃଷ୍ଣମୋ' ନିର୍ଯ୍ୟାସ

    କୃଷ୍ଣମୟ ସେ ଆଶିଷ ।


କୃଷ୍ଣ ମୋ'ର ସିଦ୍ଧି କୃଷ୍ଣ ମୋ'ର ବୁଦ୍ଧି

    କୃଷ୍ଣ ମୁକ୍ତି ପ୍ରଦାୟିନୀ,

 କୃଷ୍ଣ ମୋ'ରଶାନ୍ତି କୃଷ୍ଣମୋ'ର କାନ୍ତି 

     କୃଷ୍ଣ ସନ୍ତାପ ହାରିଣୀ ।


କୃଷ୍ଣମୋ'ସାଧନା କୃଷ୍ଣ ମୋ'ପ୍ରାର୍ଥନା

    କୃଷ୍ଣ କରେ ଆନମନା,

କୃଷ୍ଣ ମୋ'ର ତୃଷ୍ଣା କୃଷ୍ଣମୋ 'ଯମୁନା

     କୃଷ୍ଣ ପୁଣ୍ୟର ଗାରିମା ।


Rate this content
Log in

Similar oriya poem from Inspirational