STORYMIRROR

Prasanna Kumar Panda

Abstract

3  

Prasanna Kumar Panda

Abstract

କୃଷ୍ଣ କେଶବ ମୁରାରୀ

କୃଷ୍ଣ କେଶବ ମୁରାରୀ

1 min
214

କୃଷ୍ଣ କେଶବ ମୁରାରୀ କମଳା ବିଳାସ ହରି କୃପାକର, କୃପାକର କରୁଣାନିଧି, କଳି କଳୁଷ ନାଶନ କାଳୀୟ ଦର୍ପ ଗଞ୍ଜନ କମଳନୟନ କୋଟି କୈବଲ୍ୟନିଧି, କରୀବର କଷଣ ହାରିକୁରୁ ସଭାତଳେ କୃଷ୍ଣା, ଲଜ୍ଜା ନିବାରି. କିଶୋର କୁଞ୍ଜବିହାରୀ କଳାକହ୍ନେଇ କଂସାରୀ କେଶିନୀସୂଦନ କାହ୍ନୁ କଳାମାଣିକ କଳାଚାନ୍ଦ କୃପାସିନ୍ଧୁ କମଳିନୀ ପ୍ରାଣବନ୍ଧୁ କିଶୋରୀ ମାନସଚୋର, କୁଞ୍ଜ ରସିକ କଳାରାଟ କରୁଣା ବହି, କସ୍ମଳ କିନ୍ଧି ସ୍ରୋତେ ନଦିଅ ଭସାଇ . କଳାକେଶରୀ କାଳିଆ କଳିନ୍ଦ କନ୍ୟାକୂଳିଆ କଦମ୍ବ ବୃକ୍ଷ ମୂଳିଆ, ମୁରଲୀଧାରୀ କମଳାକ୍ଷ, କଞ୍ଜକର କୁଶଜ ମୁଖ, ପୟର କିଳବିଷ ନାଶନ ଆହେ ଭବ ନାଉରୀ କାମପାଳାନୁଜ ଶ୍ରୀଧର, କଳାକର ମୁଖ ବାରେ, ସୁଦୟା କର. କୌସ୍ତୁଭମଣି ଧାରଣ କମ୍ବୁପାଣି ନାରାୟଣ କୃପାନିଧାନ, ମୋହନ ନନ୍ଦ ଆତ୍ମଜ କୁରଙ୍ଗୀ ଦୁଃଖ ନାଶନ କୈବର୍ତ୍ତ ମୁକ୍ତି କାରଣ କଳା କଳେବର ଆହେ, ତ୍ରିଦଶ ରଜ କଳାପୀ କଳାପ ଚୂଳିଆ କାଳିନ୍ଦୀ ବଲ୍ଲଭ ହେ ଯଶୋଦା କୋଳିଆ. କ୍ଳେଶ କୁଵଳୟେ ପଡି କରୁଛି ବିକଳେ ରଡି କପଟ ନକର ଆହେ ନଟନାଗର କପିଧ୍ୱଜ ରଥାରୋହୀ କିଞ୍ଚିତେ କରୁଣା ବହି କର ପ୍ରଭୁ, ଏ ମାୟା ସଂସାରୁ ଉଦ୍ଧାର କମଳ ଶ୍ରୀଚରଣ ଧୂଳି କର୍ଦ୍ଦମ କାୟାରେ ମୋର ଦିଅହେ ବୋଳି. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract