STORYMIRROR

Prasanta Kumar Behera

Abstract

2  

Prasanta Kumar Behera

Abstract

କୃଷ୍ଣ କବରୀ ...

କୃଷ୍ଣ କବରୀ ...

1 min
321


ତମ କୃଷ୍ଣ କବରୀର 

ଗୋଲାପ ପାଖୁଡ଼ା 

ମତୁଆଲା କରେ ମତେ

ସୁଗନ୍ଧରେ ତା'ର 

ମହକି ଉଠୁଛି

ମୋ ପ୍ରେମ ଗମ୍ଭିରୀ ଭିତରେ 

ସାଇତା ସ୍ଥାନ ଯେତେ


ଚିର ଇପ୍ଷିତ 

ଚିର ଆକାଂକ୍ଷିତ

ତମେ ମୋ ସ୍ୱପ୍ନର ରାଜଜେମା

ରୋମାଞ୍ଚିତ ମନ

ନିବିଡ ସମ୍ପର୍କ

ତମେ ପୁଣି ମୋର 

କଳ୍ପନାର ଅପ୍ସରା


ହୃଦୟରେ ମୋର

ସାଇତା ହୋଇଛି 

ତମ ଦେହର ସେଇ ତାତି

ପ୍ରେମ ପ୍ରଣୟରେ ଭରା

ମୋ ଦେହର ସେଇ

ଉଷ୍ମ ଅନୁଭବ ଏବେ ବି

କରେ ମୋତେ ଆନମନା


ଆଜି ବି ମୋ ମନ

ଭିଜିବାକୁ ଚାହେଁ

ତୁମ ପ୍ରେମଉଚ୍ଛ୍ୱାସେ 

କ୍ଷଣିକ ପରଶ ପାଇ

ମେଣ୍ଟିଯିବ ଆଶା

ବହୁ ଦିନ ତୃଷ୍ଣା 

ସାନିଧ୍ୟ ତୁମର ପାଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract