STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କୃଷକ

କୃଷକ

1 min
297

କର୍ତ୍ତବ୍ୟ ଯାହାର ଜନ ହିତ ପାଇଁ

   କୃଷି କାର୍ଯ୍ୟ ଅନୁକ୍ଷଣ,

ଦୁଃଖ କଷ୍ଟ ସହି ଦିଏ ଅନ୍ନ ରାଷ୍ଟ୍ରେ

   ଚିନ୍ତା ଜନହୀତେ ଜାଣ।


ସହୁ ଥାଏ ସେହୁ ସୂର୍ଯ୍ୟର କିରଣ

   ଝଡ଼ ବର୍ଷା ସହୁ ଥାଏ,

କୃଷି କାର୍ଯ୍ୟେ ଥାଏ ଅନୁକ୍ଷଣ ସେହୁ

   କୃଷିକାର୍ଯ୍ୟ କରୁଥାଏ।


ରାଷ୍ଟ୍ରର ନିର୍ମାଣେ ଯୋଗଦାନ ତାର

  ସର୍ବୋତ୍ତମ ଜନ ହୀତ,

ଦେଉଅଛି ଅନ୍ନ ଜନ ଜନଙ୍କୁରେ

  ରାଷ୍ଟ୍ରସେବା ଜନହୀତ।


ନାହିଁ ସେ କପଟୀ ନାହିଁ ଭ୍ରଷ୍ଟାଚାରୀ

  କରେ ରାଷ୍ଟ୍ରହୀତେ କାର୍ଯ୍ୟ,

ନାହିଁ ଅଳସୁଆ କୃଷି କାର୍ଯ୍ୟେ ରତ

  ଦିନରାତ୍ର କୃଷି କାର୍ଯ୍ୟ।


ମନ୍ତ୍ର ସମଭାବ ରଖିଣ ହୃଦୟେ

  ଚାଷକାର୍ଯ୍ୟ ତାରବୃତ୍ତି,

ଖାଦ୍ୟ ଆବଶ୍ୟକ ପୂରଣ କରେଟି

  ଧରିଛ କଲ୍ୟାଣ ବୃତ୍ତି।


ନିଜେ କଷ୍ଟ ଭୋଗେ ଅନ୍ୟେ ପେଟ ଭରେ

  ସାକ୍ଷାତେ କରୁଣା ମୂର୍ତ୍ତି,

ଜଗତ କଲ୍ୟାଣେ ପ୍ରତିମୂର୍ତ୍ତି ଚାଷୀ

  ଭୁଲିବ କିଏ ତା କ୍ରୀତି।


ରୀତି ବୈଜ୍ଞାନିକ ନୂଆ ଭାରତରେ

  ବିଜ୍ଞାନ ଆଧାରେ ଚାଷ,

ଶକ୍ତିଶାଳୀ ଏବେ ହୁଅନ୍ତି କୃଷକ

  ହୁଏ ବୈଜ୍ଞାନିକ ଚାଷ।


ଦିଏ ସରକାର ସୁବିଧା କୃଷକେ

  ଚାଷୀର ସୁବିଧା ଯହିଁ,

କିଣେ ସରକାର ଫସଲ ତାହାର

  ଉଚିତ ମୂଲ୍ୟରେ ତହିଁ।


ସମ୍ମାନ ଯୋଜନା ପ୍ରଧାନମନ୍ତ୍ରୀଙ୍କ

  କୃଷକଙ୍କୁ ଚାରି ମାସେ,

ହୁଏ ଚାଷୀ ପାଇଁ ସୁବିଧା ଅପାର

   ଖୁସି ଚାଷୀ ମନ ଦିଶେ।


କୃଷକ ଓ ସୈନିକ ଶକ୍ତିଶାଳୀ ଏବେ

   ମିଳୁଛି ଗୌରବ ରାଷ୍ଟ୍ରେ,

ଆତ୍ମନିର୍ଭରଟି ରାଷ୍ଟ୍ର ହେଉ ଅଛି

  ଆତ୍ମବିଶ୍ବାସ ଟି ରାଷ୍ଟ୍ରେ।


କୃଷକ ଉନ୍ନତି ପ୍ରଗତି ରାଷ୍ଟ୍ରର

  ସ୍ବପ୍ନ ନୂଆ ଭାରତର,

ହୁଏ ଡିଜିଟାଲ ଭ୍ରଷ୍ଟାଚାର ଦୂର

  ବୈଜ୍ଞାନିକ ଆବିଷ୍କାର।


ଭରୁଅଛି ପେଟ କୃଷକ ଆମର

  ରାଷ୍ଟ୍ରପାଇଁ ସର୍ବୋପରି,

ଉନ୍ନତି ତାଙ୍କର ପ୍ରଯୋଜକ ଏବେ

  ବିକାଶ ତାଙ୍କ ଜରୁରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract