STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

3  

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

କୃଷି ପ୍ରଧାନ ଦେଶ

କୃଷି ପ୍ରଧାନ ଦେଶ

1 min
239

କୃଷିରେ ପ୍ରଧାନ ଦେଶ ମୋ ଭାରତ

ହୁଏ ନାନା ଜାତି ଚାଷ,

କୃଷକ ଭାଇଟି ଜମିରେ ଖଟଇ

ଆନନ୍ଦେ ବରଷ ମାସ


ଭଳିଭଳି ଚାଷ ହୁଏ ଆମ ଦେଶେ

ଫୁଲ ଫଳ କେତେ ଶସ୍ୟ,

ସବୁଠାରେ ଏବେ ଆଦୃତ ହେଉଛି

ଆନ୍ଦ୍ରପ୍ରଦେଶର ମତ୍ସ୍ୟ


ଫଳରେ ଅଙ୍ଗୁର ସେଓ ନାସପାତି

ଅାଉ ପୁଣି ନାନା ଜାତି,

ଆମର କୃଷକ କରନ୍ତି ରପ୍ତାନି

ବିଦେଶକୁ ନିତି ନିତି


ମୁଗ, ବିରି, ବୁଟ, ହରଡ, କୋଳଥ

ଡାଲି ଚାଷ କରାଯାଏ,

ଧାନ ଓ ଗହମ ବଳକା ଶସ୍ୟକୁ

ଅନ୍ୟ ଦେଶେ ବିକ୍ରି ହୁଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract