STORYMIRROR

Bidyadhar Mantry

Abstract Drama Inspirational

4  

Bidyadhar Mantry

Abstract Drama Inspirational

କୃଷି କୃଷକର ବଳ

କୃଷି କୃଷକର ବଳ

3 mins
54

   

କୃଷକ ହିଁ ଆମ ଅନ୍ନଦାତା

କୃଷି ପ୍ରମୁଖ ସମ୍ବଳ             

କୃଷି ହିଁ ଆମ ମୁଖ୍ୟ ଜୀବିକା

କୃଷି କୃଷକର ବଳ            

ମାଟି କୁ ମା'ର ମାନ୍ୟତା ଦେଇ

ମଥାରେ ମାଟି ତିଳକ         

ଦିନ ରାତି ଖଟି ସେ'କ୍ଷେତରେ

ସୁନା ଫଳାଏ କୃଷକ             

ଖରା ଦିନ ଝାଞ୍ଜି ପବନରେ 

ବର୍ଷାର ମୁଷଳ ଧାରେ

ହାଡ ଭଙ୍ଗା ଶୀତ କାକର ରେ

କୃଷକ ହିଁ କାମ କରେ       

ନିଜ ଅଧା ଦେହକୁ ଘୋଡାଇ

ମୁଣ୍ଡରେ ଭିଡ଼ି ସେ' ପାଗ          

ପେଟ-ପୂରା ଯାହା ହେଲେ ଖାଇ

ଚାଷ କାମ କରେ ଆଗ 

ସକାଳର ସୁନେଲି କିରଣ

ଥିଲେ ସବୁଜ କ୍ଷେତରେ            

ଧରଣୀ ରେ ଖୁସି ଅପ୍ରମିତ

ସବୁଜ ଓଢ଼ଣୀ ଧାରେ

ସେହି ହସ ଦେଖି ଚଷା ଭାଇ

ହସୁ ଅଛି ମନ ଖୋଲି

ପାର୍ବଣ ସମ୍ଭାର ପୁରପଲ୍ଲୀରେ 

ହସ ସହ ଖୁସି ମେଳି 


ଚାଷୀ ଆଖି ଶୁଖିଲା ଶୁଖିଲା

ଯାହା ହେଉ ବେଶ ଭୂଷା 

ହସ ହସ ମୁହଁ ସ୍ପଷ୍ଟ ବାରି ହୁଏ

ଫସଲ ହିଁ ତା' ଭରସା 

ହସ ପଛର କାରଣ ଅଟେ

ସୁନା ଫସଲ କ୍ଷେତରେ

ଅସୁମାରୀ ଆଶା ସହିତରେ

ଖୁସି ଭାବ ହୃଦୟରେ

ମନରେ ବି ମନ-ଭର୍ତ୍ତି ଆଶା 

ବୁଣି ଅଛି ରଖି ଆଶା

ଅମଳ ହେଲେ ହିଁ ଫଳବତୀ

ଆଶା ରୁ କ୍ରମେ ଭରସା 

ମାଟିକୁ ତିଳକ ରୂପେ ପିନ୍ଧି 

ମାଟି କୁ ମା'ର ମାନ୍ୟତା

ଝାଳ ବୁହା ପରିଶ୍ରମ ଧାରେ

କେବଳ ଫସଲ ଚିନ୍ତା

ନିଜେ ଯାହା ତାହା ଖାଇ ଖୁସି

ପେଟ ଭର୍ତ୍ତି ହେଲେ ଶାନ୍ତି

ଖାଦ୍ୟ ଶସ୍ୟ ଉତ୍ପାଦନ ପରେ 

ଶାନ୍ତି ପୁଣି ଅସରନ୍ତି

ପରିବାର ଚିନ୍ତା ପ୍ରଥମରେ

ଆମ ପାଇଁ ଅବଶିଷ୍ଟ

ସ୍ମରଣୀୟ ସେହି ଅବଦାନ

ଦାନ ମଧ୍ୟେ ଅଟେ ଶ୍ରେଷ୍ଠ


ଦାନା ଯୋଗାଡ ରେ ବ୍ୟସ୍ତ ରହେ

ନିଜ ପରିବାର ପାଇଁ         

ଅବଶିଷ୍ଟ ଶସ୍ୟ ବିକ୍ରି କରି ଥାଏ

ଏ ଦେଶର ହିତ ପାଇଁ           

ସମସ୍ୟା ଭିତରେ ବୁଡ଼ି ରହି 

ବ୍ୟସ୍ତ କୃଷକ ଜୀବନ            

କେବେ ବୁଡ଼ି-ମରୁଡି ଦାଉ ରେ

ଅତିଷ୍ଠ ହୁଏ ଜୀବନ        

ଫସଲ ନ ହେଲେ କୃଷକ

ମନରେ ଦୁଃଖ ଓ ଚିନ୍ତା           

ଜୀବନ ହରାଏ କେହି ପୁଣି

ୠଣ ଭାର କଥା ଚିନ୍ତା           


କୃଷକର ଚାଷ କାମ ହୁଏ

ମାତ୍ର ବର୍ଷା ଭରସାରେ             

ପାଣିର ଅଭାବ ହେଉଅଛି

ଗୋଟିଏ ଫସଲ ପରେ          

ଧାନ ଓ ଗହମ ଚାଷ ପରେ

ହୁଏ ବି ପରିବା ଚାଷ            

ଅକାଳ ବର୍ଷା ଓ କାଳ ବୈଶାଖୀ 

ଦ୍ଵାରା କ୍ରମେ ସର୍ବନାଶ        

ଥିଲେ ଜଳ ସେଚନ ସୁବିଧା

ହୁଅଇ ଭଲ ଅମଳ            

ପାଣିର ସୁବିଧା ଥିଲେ ପ୍ରାୟ

କୃଷକ ମନରେ ବଳ            


ଠିକ୍ ଭାବରେ ବର୍ଷା ହେଉ ନାହିଁ

ପାଣିର ଅଭାବ ପ୍ରାୟ

ବର୍ଷା ବିନା କୃଷକର ଚିନ୍ତା

ମନ ପ୍ରାଣ ବି ଅଥୟ 

ପରିବେଶ ଦୂଷିତ ହେଉଛି

ନାହିଁ ପାହାଡ ଜଙ୍ଗଲ

ଗଛ କାଟି ଜଙ୍ଗଲ ସଫେଇ

ପାହାଡ ବି ସମତଳ

ଜଳବାୟୁରେ ପରିବର୍ତ୍ତନ 

ଋତୁ ଚକ୍ରରେ ବ୍ୟାଘାତ 

ଫସଲ ଅମଳ ବାଧା ପ୍ରାପ୍ତ

କାହିଁ ଅଛି ପାଣି ସ୍ରୋତ!


ହଳ ଲଙ୍ଗଳ ଯୁଆଳି ଯୁଗ 

ଆଉ ନାହିଁ ପୂର୍ବ ପରି

ଆଧୁନିକ କୃଷି ଯନ୍ତ୍ରପାତି

ବ୍ୟବହାର ସର୍ବୋପରି

ଫସଲର ମୂଲ୍ୟ ଠାରୁ ବେଶି 

ସାର ବିହନର ମୂଲ୍ୟ 

ବଜାର ରେ ପଶା ପାଲି ଖେଳ

କମ୍ପାନୀ ହିଁ ମାଲାମାଲ୍        

ବ୍ୟାଙ୍କ୍ ଅବା ସାହୁକାର ଠାରୁ 

ୠଣ କରିବା ନିଶ୍ଚିତ           

ଫସଲ ନ ହେଲେ ଋଣ ଭାର 

ବଢେ ବି ସୁଧ ସହିତ           

ବିଭିନ୍ନ ଯୋଜନା ଚାଲୁ ଅଛି

କୃଷିର ଉନ୍ନତି ପାଇଁ            

ସଚେତନତା ବିନା କୃଷକ

କିଛି ଲାଭ ପାଉ ନାହିଁ


ଚାଷ ପାଇଁ ଜଳ ସେଚନ ର

ବ୍ୟବସ୍ଥା ଅଟେ ଜରୁରୀ           

କୃଷି କୁ ବି ଶିଳ୍ପର ମାନ୍ୟତା 

ଅବଶ୍ୟ ହିଁ ଦରକାରୀ          

କୃଷି ଦ୍ରବ୍ୟ ପ୍ରକ୍ରିୟା କରଣ             

ପରେ ପୁଣି ବିପଣନ

ବ୍ୟାପକ ସହିତ ପ୍ରସାରିତ               ପ୍ରାୟତଃ ମାର୍ଗଦର୍ଶନ

ନୂତନ ଜ୍ଞାନ କୌଶଳର ସୁତ୍ର

ପ୍ରଶିକ୍ଷିତ କରାଯାଉ         

ଆତ୍ମନିର୍ଭରଶୀଳ ମନ୍ତ୍ରରେ 

ପ୍ରୋତ୍ସାହିତ ସଦା ହେଉ    


ଜାଗ୍ରତ ଓ ସଚେତନ ହେବା

କୃଷକ ପକ୍ଷେ ଜରୁରୀ

ନିଜର ଓ ଫସଲର ବୀମା 

ବିଧି ହେଉ ସର୍ବୋପରି

କୃଷି ଆଇନ ଆଉ ସୁବିଧା 

ସହିତ ହେଲେ ଜଡ଼ିତ           

ସମସ୍ୟା ଆସିଲେ ସମାଧାନ

ହେବ କି ଯଦି ସେ ମୃତ !      

ତୁମେ ବଞ୍ଚିଲେ ତୁମ କୁଟୁମ୍ବ

ଆପେ ସାହସ ପାଇବେ             

ଏ ଦେଶର ଅଧିବାସୀ ଗଣ

ଦାନ ଆପେ ପ୍ରାପ୍ତ ହେବେ            

       

ଚାଷୀ ସଦା ସମସ୍ୟା ଘେରରେ 

ବୁଡି ମରୁଡି ସହିତ

ଋଣ ଭାର ପ୍ରାୟ ଏକ ବୋଝ 

ମନ ଚାହେଁ ଋଣ ମୁକ୍ତ 

ଉଚିତ ମୂଲ୍ୟ ବିନା ବିକ୍ରୟ

ତଥାପି କରୁଛି ଚାଷୀ

ପରିଶ୍ରମ ତୁଳନାରେ ମୂଲ୍ୟ 

କହି ପାରେନି ଭରସି 

ଫସଲ ନିମନ୍ତେ ଖର୍ଚ୍ଚ ବେଶି            

ବିହନ ସାର ଆକାରେ

ମୁଦ୍ରାସ୍ପିତି ଜ୍ଞାନ ନାହିଁ କିନ୍ତୁ

ମହଙ୍ଗା ମାଡ଼ ବଜାରେ 

ଫସଲ ହାନି ରେ କ୍ରମେ ଚିନ୍ତା

ଭାଙ୍ଗି ପଡୁଛି ସମ୍ପୁର୍ଣ୍ଣ           

ନିଜକୁ ଅସହାୟ ପ୍ରତ୍ୟୟ

ବିଷାଦ ଭରା ଜୀବନ

କେହି ଆତ୍ମହତ୍ୟାର ରାସ୍ତାରେ

ହାରି ଦେଉଛି ଜୀବନ

ଜୀବନ ହାରିଲେ କୃଷକର

କୁଟୁମ୍ବ ସ୍ଥିତି ବିପନ୍ନ

ପଖାଳ ଭାତ ଅଥବା ରୋଟି 

ସହିତ ପିଆଜ ଫାଳେ 

ସୁନାର ଫସଲ ଫଳାଉଛି 

ସେହି ଖାଦ୍ୟ ଦ୍ରବ୍ୟ ବଳେ 

ପଞ୍ଚ ତାରକା ହୋଟେଲ ଅବା

ଭବ୍ୟ ସମାରୋହ ବେଳେ

ଚଷା ଭାଇ ଯୋଗାଇବା ଦାନା 

ପରଶା ହୁଏ ତତ୍କାଳେ 


ପ୍ରତି କ୍ଷେତ୍ରେ ଉନ୍ନତି କରଣ

ସମାଜରେ ଦୃଶ୍ୟମାନ

କୃଷକ କୁ ଅଗ୍ରାଧିକାର ର 

ଧାରା ହେଉ ସମର୍ପଣ

ଜଳ ସେଚନ ବ୍ୟବସ୍ଥା ହେଉ

ଅଗ୍ରାଧିକାର ଭିତ୍ତିରେ

ଚାଷୀ ସମସ୍ୟାର ସମାଧାନ 

ହେଉ ସରକାରୀ ସ୍ତରେ 

ଆତ୍ମନିର୍ଭରଶୀଳ କୃଷକ

ପନ୍ଥା ବି ନିର୍ଣ୍ଣୟ ହେଉ

ଆତ୍ମହତ୍ୟା ପରି ଘୃଣ୍ୟ କାମ

ମନରୁ ଦୂରେଇ ଯାଉ 

ଅନ୍ନଦାତା କୃଷକର ଜୟ 

ଜୟ ଏ ଦେଶ ମାଟିର 

କୃଷକ ଅଟେ ପରିଶ୍ରମର 

ଯଥା ଯୋଗ୍ୟ ଅବତାର


ସଚେତନ ଓ ଜାଗ୍ରତ ହୁଅ

ଚାଷୀ ଭାଇ ,ଏ ଯୁଗର

ଚଳନ୍ତି କୃଷକ ନୀତି ସହ 

ପରିଚିତ ଶ୍ରେୟସ୍କର 

ଆଧୁନିକ କୃଷି ଯନ୍ତ୍ରପାତି

ସଦା ବ୍ୟବହାର ହେଉ              

ଅଧିକ ଅମଳ ସୁତ୍ର ଜ୍ଞାନ

ପ୍ରାୟତଃ ମନରେ ରହୁ

ନିଜର ଓ ଫସଲ ର ବୀମା 

ସର୍ବୋପରି ଧ୍ୟାନ ରହୁ

ଆତ୍ମହତ୍ୟା ସମାଧାନ ନୁହେଁ

ଏକଥା ମନରେ ଥାଉ

ନିଜେ ବଞ୍ଚି ରହିବା ସହିତ

ପରିବାର ପାଇଁ ବଳ 

ତୁମ ଦାନରେ ଦେଶ ବଞ୍ଚିବ

ଦେଶ ପାଇଁ ତୁମେ ବଳ 

ହେ କୃଷକ,ତୁମେ ହିଁ ମହାନ୍

ଏ ଦେଶର ମେରୁଦଣ୍ଡ              

ଦେଶର ପ୍ରଗତିରେ ତୁମର

ଅବଦାନ ବି ପ୍ରଚଣ୍ଡ           

କୃଷିପ୍ରଧାନ ଦେଶ ଭାରତ

ତୁମେ ତା'ର ଅନ୍ନ ଦାତା           

ସେଇ ଅନ୍ନଦାତା ହିଁ କୃଷକ

ଦେଶର ଭାଗ୍ୟ ବିଧାତା  ।


Rate this content
Log in

Similar oriya poem from Abstract