କର୍ଫ୍ୟୁଦିନ-୨
କର୍ଫ୍ୟୁଦିନ-୨
ଧନ୍ୟବାଦ ତୋତେ କରୋନା
ଆସିଲୁ ଏ ବିଶ୍ବମାଟିକୁ
ସୁଧାର ଆଣିବା ପାଇଁ
ଶିଖାଇଲୁ ଜନତାଙ୍କୁ
ଦୁର୍ଘଟଣା ଭୟ ନାହିଁ ଏବେ
ନାହିଁ ରୋଗ ସଂକ୍ରମଣ
ଯିଏ ଯାହା ଘରେ ରହି
ନିଅନ୍ତି ସଜନଙ୍କ ଯତନ
ପଦେ ଅଧେ କଥା ହେବାକୁ
ସମୟ ନ ଥିଲା କାହାର
ଭାବ ଦିଆନିଆ ହେବାକୁ
ଦେଲୁ ସୁଯୋଗ ଏଥର
ଦୁଃଖ ଲାଗେ ଖାଲି ଏତିକି
ଦିନମଜୁରିଆ ପାଇଁ
ଭୋକରେ ଉପାସ ରହନ୍ତି
ବାହାରକୁ ନ ଯାଇ
ତଥାପି ତୋତେ ଦେଉଛି ଧନ୍ୟବାଦ
ଶୄୄୄୄୄୄୄଙ୍ଖଳା ଶିଖାଇଲୁ ବୋଲି
ଦୁଇଘଡି ଜୀବନ ଅର୍ଥକୁ ସଭିଏଁ
ବୁଝିଲେଣି ମନ ଖୋଲି
