STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

କୃପାସିନ୍ଧୁ

କୃପାସିନ୍ଧୁ

1 min
221


ହୃଦ ସିଂହାସନେ ବିରାଜିଛ ପ୍ରଭୁ ହୃଷିକେଶ

ଆକୁଣ୍ଠ ଚିତ୍ତେ ପାଳିଛି ସଦା ତୁମ୍ଭରି ଆଦେଶ

କ୍ଷଣ ଭଙ୍ଗୁର ସଂସାରେ ମୁହିଁ ଯେ ନିମିତ୍ତ ମାତର

ଧର୍ମାଧର୍ମ ପାପପୂଣ୍ୟର ନାହିଁ ମୋହର ବିଚାର!!

ସୀମିତ ଜୀବନେ ଅନେକ ଆକାଂକ୍ଷା ରହିଛି ଅଧୁରା

ଶେଷ ଆଶ୍ରା ମୋର ପ୍ରଭୁ ତବ କୃପା ବାରି ଧାରା

ଭ୍ରମେ ମଧ୍ୟ ଭ୍ରମି ନାହିଁ କେବେ ଦେବାଳୟ ଦ୍ଵାର

ଗୀତା ଭାଗବତର ଦିନେ ସୁଦ୍ଧା ଧରି ନାହିଁ ଧାର!!

କାମିନୀ କାଞ୍ଚନ ମୋହେ ହୋଇ ମଦମତ୍ତ

ଯୌବନର ତୁଚ୍ଛା ଅହମିକାରେ ହୋଇଛି ପ୍ରମତ୍ତ

କାମ ଅର୍ଥ ଲାଳସାରେ ଭୁଲିଛି ଏ ସାରା ଜଗତ

ପ୍ରିୟଜନେ କରି ଭ୍ରମିତ ମନେ ଦେଇଛି ଆଘାତ!!

ତୁମ୍ଭ ଶ୍ରୀରଙ୍ଗା ଚରଣେ କରେ ଆତୁର ବିନତି

ବିଷମ ବିଷୟା ଜଞ୍ଜାଳରୁ ଦିଅ ହେ ମୁକତି!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational