STORYMIRROR

Gyanaranjan Sahoo

Tragedy Inspirational

4  

Gyanaranjan Sahoo

Tragedy Inspirational

କରୋନିଆ ପ୍ରେମ

କରୋନିଆ ପ୍ରେମ

2 mins
209

        

ଏମନ୍ତ ସମୟ ଆସିଲା

ସାମାନ୍ୟ ଭୂତାଣୁ ଜ୍ୱାଳାରେ

ଲକ୍ଷ ଲକ୍ଷ ଜୁଇ ଜଳିଲା

ଦେଶ ବିଦେଶରେ

କେତେ ଘରବାର କେତେ ସମ୍ପର୍କର

ମୂଳପୋଛ ହୋଇଗଲା 

ଏତେବଡ଼ ଦୁଃଖେ ଦୁନିଆକୁ ଦେଖ

ପ୍ରେମ ସମ୍ପର୍କଟା ମୁଖ୍ୟ ହୋଇଲା ?


ମହାମାରୀ ରୂପେ ପାହାଡ଼ର ଦୁଃଖ

ପୃଥିବୀକୁ କଲା ଘାଇଲା

ଲକ୍-ଡାଉନ ସଟ୍-ଡାଉନରେ

ବାହାରେ ବୁଲିବା ନିଷେଧ ହେଲା 

ଜରୁରୀ କାମରେ ଘରୁ ବାହାରିଲେ

ମାସ୍କ ପିନ୍ଧିବା ଅନିବାର୍ଯ୍ୟ ସଙ୍ଗେ

ଦି ଗଜ ଦୂରତା ନିର୍ଦ୍ଧାରିତ ହୋଇଗଲା

ସରକାର ଯେତେ ଚେତାବନୀ ଦେଲେ

ଫାଇନ୍ ବାଟଟା ଅମାନିଆଙ୍କୁ ଅଜଣା ନୋହିଲା !


ଆହା କି ଚଡ଼କ ପଡ଼ିଲା !

ପାଠପଢ଼ା କଥା ଚୁଲିକୁ ଯାଉ ହେ

କଲେଜ କୋଚିଙ୍ଗ୍ ହଷ୍ଟେଲ ବନ୍ଦ ହୋଇଲା

ପାର୍କ ରେସ୍ତୋରାଁ କଟକଣା ଯୋଗୁଁ

ପ୍ରେମିକ ପ୍ରେମିକା ହଟହଟା କଥା

କହିଲେ ନସରେ ବୋଇଲା,

କି ଦଶା ଦେଖ ହେ ପଡ଼ିଲା !

ଶନିଙ୍କ ଜାଗାରେ ରବିଚନ୍ଦ୍ରବୁଧ

ଶୁକ୍ର ସାଙ୍ଗେ ରତି ଭେଇଲା

ପ୍ରେମୀଯୁଗଳଙ୍କ ମୋବାଇଲ ମେଳକ

ଫୋନ୍ ରେ ଖୁବ୍ ଜମିଲା 

କୋଭିଡ଼ ଉଣେଇଶକୁ ବିଦ୍ରୁପ କରି

ମାସ୍କ ପିନ୍ଧିକି ଭିଡିଓ କଲ୍ ରେ

କିଏ ବା ଚିହ୍ନି ପାରିଲା

ଘଣ୍ଟା ଘଣ୍ଟା ଧରି ମନ ଘଣ୍ଟାଘଣ୍ଟି

ପ୍ରେମ ମଝବୁତ ହୋଇଲା ।


ଜୀବନ ଜୀବିକା ବଞ୍ଚିବା ସାଙ୍ଗକୁ

ସରକାରୀ ଆଦେଶେ ଭିଡ଼ ଭାଡ଼କୁ ଦୂରେଇ

ରୀତି ନୀତିକୁ ମଞ୍ଜୁରୀ ମିଳିଲା 

ମନ୍ଦିର ମସଜିଦ୍ ଗୀର୍ଜାଘର ବନ୍ଦ ହେଲା ।

ତିଥି ଲଗ୍ନ ବଡ଼ ହୋଇଲା

ଚାରି ଛଅ ମାସ ଗଡ଼ିଯାଇଥିଲେ

ବେଦ କି ଅଶୁଦ୍ଧ ହୋଇପଡ଼ିଥାନ୍ତା

ବାହାତିଥିକୁ ଟାଳିବା ଅଶୁଭ ମଣିଲା ।

ଦୁର୍ଦ୍ଦିନ ଭିତରେ ଅନେକ ବିବାହ 

ଆଇନ୍ ନାଆଁରେ ଆଖିଠାର ଦେଖାଇଲା

ଏ ବାହାଘର କ’ଣ ଆଉଥରେ ହେବ

କହିଲ ମରଦ ପିଲା ?

ବର କନ୍ୟା ଦୁହେଁ ମାସ୍କ ପିନ୍ଧିକି

ବେଦୀରେ ବସିବେ କିପରି ଭଲା !

ଭିଡିଓ ସୁଟିଙ୍ଗ୍ ମେକ୍ ଅପ ପେଣ୍ଟିଙ୍ଗ୍ 

କି ଲାଭ ହୋଇବ

ମୁହଁ ନ କରିଲେ ଖୋଲା ?


ହାଏରେ ଦଇବ କି କଥା ନୋହିଲା

ଛାତି ଫଟା କାମ ହେଲା

ଏ କି ଅଘଟଣ ଘଟିଲା

ବାହାଘର ଦିନ ଵାହା ପରଦିନ

କରୋନା ବରକୁ ଖାଇଲା !

ତଥାପି ଲୋକଙ୍କ ଚେତା ପଶୁନାହିଁ

ଶହ ଶହ ଡାକି ଗହଳି ଲଗେଇ

ଭୋଜିଭାତ ଦେଇ ଅବଶୋଷ ଧୋଇ

ଅନ୍ ଲାଇନରେ ମଦ ବୋତଲ ମଗେଇ

ନାଗିନ୍ ଡ୍ୟାନ୍ସରେ ମାତିଲା ।


କାରନାମା ସବୁ ଦେଖି ବିଶେଷଜ୍ଞ

ବାସର ରାତିରେ ମାସ୍କ ପିନ୍ଧିବା

ଅନିବାର୍ଯ୍ୟ ବୋଲି କହିଲା

ସେ କଥା ଭାଇ କିଏ ସେ ଜାଣଇ

କେମିତି ରାତି କଟିଲା ?


ବର୍ତ୍ତିଯିବା ଯୋଡ଼ି କରୋନା କୋପରୁ

ପାନପତ୍ରପରେ ଶରବିନ୍ଧା ଛାପ ବ୍ୟାନର

ଆଗରେ ମାସ୍କପିନ୍ଧା ସେଲ୍-ଫି ନେଲା

ସୋସିଆଲ ମିଡିଆ ଚାହିଁ ବସିଥିଲା

ତାକୁ ଭାଇରାଲ କରିଦେଲା !

କରୋନା ଯୋଦ୍ଧାର ମୁକୁଟଟା ତାଙ୍କୁ

କେମିତି ନ ଦେବା ଭଲା ?



Rate this content
Log in

Similar oriya poem from Tragedy