STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

କରୋନାଟି ଭୟଙ୍କର ମହାମାରୀ

କରୋନାଟି ଭୟଙ୍କର ମହାମାରୀ

1 min
92


ଶୁଣ ଶୁଣ

ମିଲି, ଝିଲ୍ଲୀ,ରିମା ସୀମା

ଯାଅ ନାହିଁ

ବୁଲି ବାହାରକୁ ଜମା।୧।


ସରକାର

ଚାହାନ୍ତି ଭଲ ଆମରି

ଯଦି ଆମେ

ମାନିବା କଥା ତାଙ୍କରି।୨।


କରୋନାଟି

ଭୟଙ୍କର ମହାମାରୀ

ଅଚିରେ ସେ

ନେବ ଜୀବନ ଆମରି।୩।


ଆସ ଆମେ

ଏକ ମନ ପ୍ରାଣ ହୋଇ

କରୋନା କୁ

ଦୂରେ ତୋଡି ଦେବା ଯାଇ।୪।


କାଶ ଛିଙ୍କ

ଯଦି ହେଉଥିବ ଆରେ

ରହିବଟି

ଅନ୍ୟଠାରୁ ତୁମେ ଦୂରେ।୫।


ନିଜ ମୁହେଁ

ହାତ ଦେଇ ଛିଙ୍କ ଯାଇ

ଖାଅ ତୁମେ

ଭଲ ଭାବେ ହାତ ଧୋଇ।୬।


କୁଆଡେ ବି

ବାହାରକୁ ଯାଅ ନାହିଁ

ଘରେ ପଛେ

ଥାଅ ଆରେ ଭୋକେ ରହି।୭।


କିଛି ଦିନ

କଟିଯିବ ଧୀରେ ଧୀରେ

ନିଶ୍ଚେ ଦୂର

ହେବ କରୋନା ଭୟରେ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract