Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Tragedy

4.3  

Sukanti Hotta

Tragedy

କରୋନାରୁ ଉଦ୍ଧାର କର

କରୋନାରୁ ଉଦ୍ଧାର କର

1 min
217



କରୋନାର ଭୟ ପ୍ରବଳ ହୋଇଲା

ରକ୍ଷା କର ଚକ୍ରଧର

ସାରା ବିଶ୍ୱବାସୀ ରୋଦନ କରନ୍ତି

ଜଗତ ଉଦ୍ଧାର କର ।


ଗରବ ଗଞ୍ଜନ ପ୍ରଭୁ ନାରାୟଣ

ଦୁଃଖ ନାଶନ ହରି

ସଂସାରର କ୍ଲେଶ ଦୂର କରିଦେଇ

ରାମ ରାଜ୍ୟ ଦିଅ କରି ।


ଦେବ ବୈଦ୍ୟକୁ ମର୍ତ୍ୟକୁ ପଠାଇ

ରୋଗ ନାଶନ କର

ଦୁଃଖ ବିନାଶନ ଆହେ ଜନାର୍ଦନ

ଅମୃତ ସିଞ୍ଚନ କର ।


ହେ ବିଶ୍ୱବିଧାତା ବିଶ୍ୱ ରଚୟତା

ବିଶ୍ୱକୁ ରକ୍ଷା କର

ଭାଇରସ ରୂପକ ରାକ୍ଷାସକୁ ନାସୀ

ପ୍ରାଣୀଙ୍କ ମଙ୍ଗଳ କର ।


ତୁମର ଲୀଳା ତୁମକୁ ଗୋଚର

ଆଉ କଷ୍ଟ ଦିଅ ନାହିଁ

ତୁମରି ସନ୍ତାନ ଆତୁରେ ଡାକନ୍ତି

ଉଦ୍ଧାର ପାଇବା ପାଇଁ ।


କରୋନା କବଳେ କବଳିତ ହୋଇ

କରନ୍ତି ଆର୍ତ୍ତ ଚିତ୍କାର

ଆହେ ମାୟାଧର ଜଗତ ଈଶ୍ୱର

କରୋନାକୁ ଭସ୍ମ କର ।



Rate this content
Log in

Similar oriya poem from Tragedy