କରୋନାରେ ପବିତ୍ର ରକ୍ଷା ବନ୍ଧନ
କରୋନାରେ ପବିତ୍ର ରକ୍ଷା ବନ୍ଧନ


ଦୁନିଆ ଜଳୁଛି
ସହର ଜଳୁଛି
ଆଜି କରୋନା ପ୍ରକୋପରେ
ପବିତ୍ର ରକ୍ଷା ବନ୍ଧନ ଆସି ପହଞ୍ଚିଛି
ଏଇ ମହାମାରୀ ସମୟରେ।
ହୃଦୟ କାନ୍ଦୁଛି
ଭାଇ କାନ୍ଦୁଛି
ଭଉଣୀ କାନ୍ଦୁଛି ପବିତ୍ର ରକ୍ଷା ବନ୍ଧନରେ
ଥାଇ ଦୂରେ
ଫୋନ କରି ଅନଲାଇନ ମାଧ୍ୟମରେ ।
କରୋନା କରୁଛି ଖେଳ
ଚଳାଇଛି ମୃତ୍ୟୁର ଖେଳ
ମନ ହେଛି ବ୍ୟାକୁଳ
ପବିତ୍ର ରକ୍ଷା ବନ୍ଧନରେ ହେବାକୁ ଏକତ୍ର
ଭାଇଭଉଣୀଙ୍କ ମେଳ।
ଆଜି ପବିତ୍ର ରକ୍ଷା ବନ୍ଧନରେ
କରୋନା ଦୂରେଇଛି ଭାଇଭଉଣୀଙ୍କୁରେ
ହ
େଲେ କରି ପାରିନି ଫାଟ ସମ୍ପର୍କରେ।
ଆଜି ପବିତ୍ର ରକ୍ଷା ବନ୍ଧନରେ
ସୃଷ୍ଟି ହୋଇଛି ଅଭିଶାପ ଭାଇଭଉଣୀଙ୍କ ମନରେ
ଖୁବ୍ ଶୀଘ୍ର ନାଶ ହୋଇବୁ କରୋନା ଏହି ଅଭିଶାପରେ।
କରୋନା ଚେଷ୍ଟା କରି ମଧ୍ୟ ଆଣିପାରିନୁ ଫାଟ ସମ୍ପର୍କରେ
ବରଂ ତୋ ପାଇଁ ସମଗ୍ର ବିଶ୍ୱ ଏକତ୍ର ହୋଇଛିରେ
ଭାଇଭଉଣୀ ପରିରେ
କରିବାକୁ ତୋର ନାଶ ଏଇ ପବିତ୍ର ରକ୍ଷା ବନ୍ଧନରେ।
ଆଜି ପବିତ୍ର ରକ୍ଷା ବନ୍ଧନରେ
ଆମେ ଭାଇଭଉଣୀ ପାର୍ଥନା କରୁଛୁ ଭୋଗବାନଙ୍କ ପାଖରେ
କରନ୍ତୁ କରୋନାର ଅନ୍ତ
ଆଣନ୍ତୁ ସମଗ୍ର ବିଶ୍ବରେ ଖୁସିର ବସନ୍ତ।