କରୋନାରେ ଡ଼ଙ୍ଗା
କରୋନାରେ ଡ଼ଙ୍ଗା
ତୀର୍ଥ ପୁଷ୍କରିଣୀ
ମୋହଦଧିରେ ,
ନିର୍ଜନ ପ୍ରତୀକ୍ଷା
ଏ କରୋନାରେ ||
ଖରସ୍ରୋତା ସ୍ୟାହି
ନଈରେ ,
ରଙ୍ଗରୂପୀ ଡ଼ଙ୍ଗା
ନିରାଶୟରେ ||
ନିଷ୍ପଦ ତଟିନୀ
କୂଳରେ ,
ପ୍ରତୀକ୍ଷାର କ୍ରୋଧ
କରୋନା ବିପକ୍ଷରେ ||
ନାହିଁ ଡ଼ଙ୍ଗା
ନାହିଁ ବନ୍ଧା ବୋଇତ ,
ନାହିଁ ସେ ଗହଳି
ନାହିଁ ଉଲ୍ଲାସିତ ||
ସ୍ମୃତି ଫିକା ପଡେ
ପୁଷ୍କରିଣୀ ପ୍ରେମରେ ,
ଛଳ ଛଳ ନୀର
ବ୍ୟାକୁଳତାରେ ||
ହାରିବୁ ନାହିଁ ତୁ
ଡ଼ରିବୁ ନାହିଁ ,
ଆ ଭାସି ଥରେ
ମୋ ପୁଷ୍କରିଣୀ ଜଳରେ ||
ମୋ ପୁଷ୍କରିଣୀ ଜଳରେ.......
ଶବ୍ଦ ଯୋଡ଼ି ଦେବି
କବିତା ଯୋଡିବି ,
ମହା ଵିପଦି
କରୋନା କାଳରେ ||
ସଂଘର୍ଷମୟ
ଏ ପଥେ ପଥେ ,
ଉଲ୍ଲାସ ନାହିଁ
ଏ କାର୍ତ୍ତିକ ମାସେ ||
ଭାସିଯା ଡ଼ଙ୍ଗା
କଦଳୀ ପଟୁଆ ଦୀପରେ ,
କରୋନା ର
ପରାଜୟରେ ||
କରୋନାର ପରାଜୟରେ.....
