STORYMIRROR

Yudhisthir Khamari

Children

4  

Yudhisthir Khamari

Children

କରୋନାରେ ଅନଲାଇନ୍ ଶିକ୍ଷା

କରୋନାରେ ଅନଲାଇନ୍ ଶିକ୍ଷା

1 min
16

କି ଅଭିଶାପରେ ଅଭିଶପ୍ତ ହେଲା ଯେ

ଆତଙ୍କିତ, ଆକ୍ରାନ୍ତ ହେଲା ସମଗ୍ର ବିଶ୍ବ

ଶୁଭିଲା ହାହା-କାର ଚର୍ତୁର୍ଦିଗେ

ଖୋଜିଲେ ଉପାୟ ବଞ୍ଚିବାକୁ ମରଣ ମୁହଁରୁ

କଥା କଥିତ ବୈଜ୍ଞାନିକ ହାର ମାନିଲେ

କରୋନା ଆଗରେ

ନିର୍ଦେଶିଲେ ସରକାର

ପଥପ୍ରାନ୍ତ ହେଲା ଜନଶୂନ୍ୟ

ହେଲେ,କେତେ ଦିନ

ଘରୁ ଗୋଡ଼ ନ କାଢି ବଞ୍ଚିବ ମଣିଷ

ଛିନ୍ନ ହେଲା ଜୀବନ ଜୀବିକା

କ୍ରମାନ୍ବୟେ ଖୋଲିଲା କଟକଣା

ହେଲେ କିଛି ବିଚାର ହେଲାନି

ପିଲାଙ୍କ ଭବିଷ୍ୟତ ପାଇଁ

ନିର୍ଦ୍ଦେଶ ହେଲା ହେବ ପାଠ ପଢା

ଘରେ ଥାଇ ଅନଲାଇନ୍ ଯୋଗେ

ହେଲେ ସତେକି ସମ୍ଭବ ଏଇ

ସତେକି ସଫଳ ହେବ ଏ ଯୋଜନା

କେବଳ ଧର୍ମ କୁ ଆଖି ଠାର

ତା' ବିନା ଅନ୍ୟ କିଛି ନୁହେଁ

ଯୋଗ୍ୟତା ଅଛି କି ପ୍ରତି ପିତାର

ଯୋଗାଡିବ ଏଣ୍ଡରଏଡ ଫୋନ ଟିଏ

ଯଦିବା ଆଣିବ କଷ୍ଟେ ମଷ୍ଟେ

ପିଲାକି ପାରିବ ଲାଭ ଉଠାଇ?

ବରଂ ପାଠପଢା ନାଁ ରେ

ପଡିଯିବ ଫେସବୁକ୍ ହ୍ବାଟସ୍ଅପ

ଓ ଆହୁରି ଅଶ୍ଳିଳ ଦୁନିଆର

ବ୍ରହ୍ମରାକ୍ଷସ କବଳରେ

ଲୋଭ ଦେଖାଇ ଆନନ୍ଦ ଦେଉଥିବ ସିନା

ଧିର ବିଷ ଦେଇ ମାରୁଥିବ କୋମଳମତି ମାନଙ୍କୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children