Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର ବେହେରା

Tragedy Inspirational

3  

ଅଜୟ କୁମାର ବେହେରା

Tragedy Inspirational

କରୋନାର ସତର୍କ ବାଣୀ

କରୋନାର ସତର୍କ ବାଣୀ

1 min
360


ସ୍ବେଚ୍ଛାଚାରିତାର ପ୍ରତିଫଳନରେ  

ହୋଇଲ ପିଞ୍ଜରାବଦ୍ଧ ।

ପିଞ୍ଜରାର ଚାବି ପ୍ରକୃତି ହାତରେ  

ନାହିଁ ମୋର କିଛି ସାଧ୍ୟ ।୧।    

ଅନ୍ୟ ସ୍ୱାଧୀନତା ଛିନ୍ନ କରିବାର    

ରାୟ ଦେଇଛନ୍ତି ବିଭୁ ।

ପରାଧୀନତାର ଶୃଙ୍ଖଳରେ ରହି    

ଦିନ ଯିବ ଭାବୁ ଭାବୁ ।୨।    

ପଶୁପକ୍ଷୀ ଅବା କୀଟ ପତଙ୍ଗର      

ଅଧିକାର କରି ଛିନ୍ନ ।

ଆତ୍ମ ତୃପ୍ତି ପାଇଁ ନାରକୀୟ କାଣ୍ଡ    

ଖୁସି କରୁଥିଲ ମନ ।୩।    

ନିରୀହ ଜୀବଙ୍କ ନିର୍ମମ ହତ୍ୟାରେ      

କରୁଣ ଚିତ୍କାର ସ୍ୱର ।

ଲୀନ ହେଉଥିଲା ଶୂନ୍ୟ ଗଗନରେ    

ଦେଖୁଥିଲ ତୁମେ ନର ।୪।    

ଜହ୍ଲାଦ ମାନଙ୍କ ନିଷ୍ଠୁରତା ପାଇଁ    

ସୃଷ୍ଟି କାର୍ତ୍ତାଙ୍କ ବିଚାର ।

କରୋନା କରନା ବାର୍ତ୍ତା ଦେବାପାଇଁ    

ବୁଲୁଅଛି ବାରଦ୍ୱାର ।୫।    

ନିଜ ଗୃହେ ନିଜେ ବନ୍ଦୀ ହେଲେ ତୁମେ     

ଜାଣିବ ବନ୍ଦୀର ବ୍ୟଥା ।

ଆପେ ବୁଝିଯିବ ଜୀବେ ନିର୍ଦ୍ଦୟତା    

କ୍ରୁରତା କାହାଣୀ ଗାଥା ।୬।    

ସୃଷ୍ଟି  ଆରମ୍ଭରୁ  ପ୍ରଭୁତ୍ୱ ଜାହିରୀ     

ହୁକୁମ ଜାରୀର ପ୍ରଥା ।

ଏକୋଇଶ ଦିନ ଏକାନ୍ତ ବାସରେ    

ଅନୁଭବ ହେବ ବ୍ୟଥା ।୭।    

ଗୃହ କାରାଗାରେ ବସି ନିରୋଳାରେ     

ନିଜକୁ ସୁଧାରି ନେବ ।

ଆତ୍ମ ଚିନ୍ତନରେ ବିଭୁଙ୍କ ପୟରେ    

ନିଜକୁ ସମର୍ପି ଦେବ।୮।    

ଦଣ୍ଡ ତ ମିଳିବ ତୁମ କର୍ମ ପାଇଁ    

ପରଖି କର୍ମରେ ଧର୍ମ ।

ପ୍ରଭୁ ନିରାମୟ ଦୟାର ସାଗର    

ନୁହନ୍ତି ଏତେ ନିର୍ମମ ।୯।    

ବର୍ତ୍ତମାନ ବିଶ୍ୱ ସଙ୍କଟ ସମୟେ     

ପ୍ରଶାସନ ନିବେଦନ ।

ନୀତି ନିୟମରେ ଗୃହରେ ରହିଲେ    

ବର୍ତ୍ତିଯିବ ତୁମେ ଜାଣ ।୧୦।    

ଯୋଗମାୟାଙ୍କର ନିର୍ଦ୍ଦେଶ ପାଇଛି     

ନାଶିବାକୁ ପାପିଗଣ ।

ହେୟାଜ୍ଞାନ କଲେ ସଂକ୍ରମିତ ହୋଇ    

ଅକାଳରେ ଯିବ ପ୍ରାଣ ।୧୧।    

ବିଷାକ୍ତ ପିଣ୍ଡୁଳା ଶରୀର ମୋହର    

ନାହିଁ ତୁମ ପାଖେ ଅସ୍ତ୍ର ।

ଏକ ମାତ୍ର ଅସ୍ତ୍ର ଦୁରେଇ ରହିଲେ    

ପାରିବ କରି ପରାସ୍ତ ।୧୨।    

ଗାନ୍ଧିବାଦୀ ନୀତି ଆଚରଣ କରି  

ଅହିଂସାରେ ବ୍ରତୀ ହୋଇ ।

ସ୍ୱଚ୍ଛତା ଧର୍ମକୁ ପାଳନ କରିଲେ   

ପାଇଯିବ ତୁମେ ତ୍ରାହି ।୧୩।   

ନ ପାଇ କାହାକୁ ଫେରିଯିବି ମୁହିଁ   

ଚେତନାର ବାର୍ତ୍ତା ଦେଇ ।

ସୁଧୁରିବ ଆଶା ଅଛି ମୋ ଭରସା   

କେବେ ମୁଁ ଆସିବି ନାହିଁ ।୧୪।   

ଶେଷେ ନିବେଦନ ପରିବେଶ ପ୍ରତି     

ସଦା ରଖିଥିବ ଧ୍ୟାନ ।

ଜୀବଜନ୍ତୁ ହତ୍ୟା କେବେ ନ କରିବ     

ରଖିବ ନିଶ୍ଚୟ ମନ ।୧୫।


Rate this content
Log in

Similar oriya poem from Tragedy