STORYMIRROR

Binata Mohanta

Abstract Others

3  

Binata Mohanta

Abstract Others

କରୋନାର କାହାଣୀ

କରୋନାର କାହାଣୀ

1 min
16

ଚିନ୍ ଦୁନିଆ କୁ ଭେଟିଦେଲା ଏପରି ଏକ ଉପହାର

ଯଦ୍ୱାରା ଦୁନିଆର ପ୍ରତ୍ୟେକ କୋଣରୁ ଶୁଭିଲା ହା ହା କାର ।।

ଚିକିତ୍ସା ପଦ୍ଧତି ସବୁ ହେଲା ବେକାର

ଲକ୍ଷ ଲକ୍ଷ ଲୋକ ହେଲେ କରୋନାର ଶିକାର ।।

ଦେଶ ରୁ ଦେଶ, ସହର ରୁ ସହର ଓ ଗ୍ରାମ ରୁ ଗ୍ରାମ

ଯାହା ଥିଲା ଚଛ ଚଞ୍ଚଳ

କରୋନାର ମହାମାରୀ ସବୁ କରିଦେଲା ଅଚଳ ।।

ବନ୍ଦ ହେଲା ଗମନାଗମନ

ବେକାର ହେଲେ ରୋଜଗାର କ୍ଷମ ।।

ନୂଆ ନୂଆ ଶଦ୍ଦ ପ୍ରଚଳିତ ହେଲା ଦୂନିଆରେ

ଲକ୍ ଡାଉନ୍,ସଟ୍ ଡାଉନ୍,କୋରନ୍ ଟାଇମ୍ ରେ ।।

ଛୁଆ ଠାରୁ ବୁଢା ସଭିଏଁ ହେଲେ ସଚେତନ

ସାମାଜିକ ଦୂରତା ସହ ପରିବେଶ କଲେ ପରିଚ୍ଛନ୍ନ।।

ପ୍ରତି ଘରେ ସିଲାଇ ହେଲା କେତେ ଡିଜାଇନର ମାସ୍କ

ତାସହିତ ଆରମ୍ଭ ହେଲା ହ୍ୟାଣ୍ଡୱାସର କ୍ଲାସ ।।

ସମସ୍ତ କାର୍ଯ୍ୟ ପଦ୍ଧତି ହେଲା,ୱାର୍କ ଫ୍ରମ୍ ହୋମ୍

ଶିକ୍ଷା ପ୍ରଣାଳୀ ସବୁ ହେଲା ଅନ୍ ଲାଇନ୍ କ୍ଲାସ ଫର୍ମ ।।

ଡାକ୍ତର,ନର୍ସ ,ପୋଲିସ,ସ୍ବେଛାସେବୀ ଓ ବିଦ୍ୟୁତ କର୍ମୀ

ସାଜିଲେ ଦେବଦୂତ

କରୋନା ୱାରିୟରସ୍ ନାମରେ ହୋଇଲେ ନାମିତ।।

କରୋନା ମୁକ୍ତ କରିବାକୁ କରୁଛନ୍ତି ଶତ ପ୍ରୟାସ

କର୍ତ୍ତବ୍ୟ ବିମୁଖ ହୋଇନାହାନ୍ତି ହୋଇଗଲା ଚାରି ମାସ ।।


Rate this content
Log in

Similar oriya poem from Abstract