STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract

2  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract

କରୋନା

କରୋନା

1 min
301

କରୋନା ରାକ୍ଷସ ବଂଶ ଵୃଦ୍ଧି ହୋଇ

     ବିଶ୍ୱକୁ କଲାଣି ଗ୍ରାସ

ମହାମାରୀ ରୂପ ନେଉଛି କ୍ରମଶଃ

    ଜଗତ କରିବ ନାଶ

ଚାଇନା ଦେଶରୁ ଜନମ ଲଭିଲା

    ପବନରେ ଗତି ତା'ର

ବ୍ୟକ୍ତିଠାରୁ ବ୍ୟକ୍ତି ସଂକ୍ରମିତ ହୋଇ

   କଲାଣି କାୟା ବିସ୍ତାର

ବିଶ୍ୱ ସମୁଦାୟ ଆତଙ୍କିତ ଏବେ

      ମାନବ ସୁରକ୍ଷା ପାଇଁ

ନିଜ ଗୋଡ ନିଜେ କୁରାଢ଼ୀରେ ହାଣି

     କାହାକୁ କରିବା ଦାୟୀ

ଆମ ପରିବେଶ ଆମେ ଧ୍ୱଂସ କରି

     ପ୍ରକୃତିକୁ ଦେଲେ କଷ୍ଟ

ଖାଦ୍ୟ ଶୃଙ୍ଖଳକୁ ବିଗାଡିଲେ ଆମେ

     ସନ୍ତୁଳନ ହେଲା ନଷ୍ଟ

ଋତୁ ଚକ୍ର ଏବେ ବିଗିଡି ଗଲାଣି

     ପାଗରେ ନାହିଁ ଭରସା

ଖରା ବର୍ଷା ଶୀତ ଲୁଚକାଳି ଖେଳେ

     ତୁଟୁଛି ବଞ୍ଚିବା ଆଶା

ବିଜ୍ଞାନ ବଳରେ ବଳିୟାନ ହୋଇ

       ପ୍ରକୃତି ଆମର ହୀନ

ଜୀବ ଜଗତକୁ ସଂହାର କରିଲେ

     ତୁଷ୍ଟ କରିବାକୁ ମନ

ସୃଷ୍ଟିର ନିୟମ  ଉଲଂଘନ କରି

    ନିରୀହ ଜୀବଙ୍କ ହତ୍ୟା

ସୁପ୍ତ କରୋନାକୁ ଜାଗ୍ରତ କରିଲା

   ଦେବାକୁ ଉଚିତ ଶିକ୍ଷା

କରୋନା ଦେଉଛି 'କରନା'ର ବାର୍ତ୍ତା

     ଦେଶରୁ ବିଦେଶ ବୁଲି

ଯାଅ ନାହିଁ କେହି ସୃଷ୍ଟି ବିରୁଦ୍ଧରେ

   ଦୁଃଖ କଷ୍ଟ ଯିବ ଚାଲି

କରନାହିଁ କେହି ପରିବେଶ ନଷ୍ଟ

    ପ୍ରକୃତିକୁ ଦେଇ କଷ୍ଟ

ଜୀବ ଜଗତକୁ ହନ୍ତସନ୍ତ କରି

   ଆତ୍ମା କରନାହିଁ ତୁଷ୍ଟ

ପରିବେଶ ଆମ ପ୍ରକୃତିର ଦାନ

   ବନ୍ଧୁତା କରିବା ସର୍ବେ

ସ୍ୱଚ୍ଛ ପରିବେଶେ ନିରୋଗ ଜୀବନ

  ଜୀଇଁବା ସମସ୍ତେ ଗର୍ବେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract