STORYMIRROR

PRABHAS KUMAR MOHAPATRA

Abstract

3  

PRABHAS KUMAR MOHAPATRA

Abstract

କରୋନା

କରୋନା

1 min
151

କରୋନା ଏକ ବିଦେଶୀ ରୋଗ

ଆସିଛି ଦେଶକୁ ମାଡ଼ି

ଆସରେ ଭାଇ ଭଉଣୀ ଆଈ 

ଦେବା ଯେ ମିଶି ତଡ଼ି

ଜାଣିବା କିପରି ତାହାକୁ ଆମେ

କହୁଛି ତାର ଲକ୍ଷଣ

ଥଣ୍ଡା କାଶ ଛିଙ୍କ କୋଫଯେ ହୋଇବ

ବାନ୍ତି ଟି ହୋଇବ ଜାଣ

ଗଳା ଶୁଖିଯିବ ଜର ଯେ ଆସିବ

ଲାଗିବ ଭାରି ହାଲିଆ

ଶ୍ୱାସ କ୍ରିୟା ବେଳେ କଷ୍ଟ ଯେ ଲାଗିବ

ଲକ୍ଷଣ ଯେ ନିମନିଆ

ଏପରି ଲକ୍ଷଣ କରୋନା ଟି ଜାଣ

ନ କରିବ ହେୟ ଜ୍ଞାନ

ପ୍ରତିକାର ସବୁ ଶୁଣ ଯେ ମୋ ଠୁ

ଦେଇଣ ଯେ ମନ ଧ୍ୟାନ

ଖାଇବା ପୂର୍ବରୁ ସାବୁନେ ହାତକୁ

ଧୋଇଣ ଖାଦ୍ୟ ଖାଇବ

ଯେଜନଗହଳି ରୋଗୀ ଙ୍କ ପାଖରୁ

ସଦା ଯେ ଦୂରେଇ ରହିବ

ମିଳେଇବ ନାହିଁ ହାତ ଯେ କାସାଥେ

ପିନ୍ଧିବ ମୁହଁରେ ମାସ୍

ମୁହଁରେ କପଡ଼ା କାଗଜ ଟିସୁ ବା

ଦବ ଯେ ଲାଗିଲେ କାଶ

ପାଟି ନାକ କାନେ ନଦେବ ଆଙ୍ଗୁଳି

ଆଖିରେ ନ ଦେବ ହାତ

ପରିଷ୍କାର ସଦା ରଖିବା ନିଜକୁ

ଗରମ ଖାଇବା ଭାତ

ଖାଦ୍ୟ କୁ ଯେ ଭାଇ ଅଧିକ ଫୁଟାଇ

ଖାଇବା ନିତି ଖାଇବ

କିଛିବି ଲକ୍ଷଣ ଦେଖିଲେ ଭାଇଟି

ଡାକ୍ତର ଙ୍କୁ ଦେଖାଇବ

ପ୍ରତି ସହରରେ ଡାକ୍ତର ଖାନରେ 

ହୋଇଛି ସବୁ ବ୍ୟବସ୍ଥା

ଡରିବାର ନାହିଁ ସରକାର ଭାଇ

କରିଛି ସବୁ ବ୍ୟବସ୍ଥା

ଆସରେ ସଭିଏଁ ସଚେତନ ହୋଇ 

କରୋନା କୁ ଦେବା ତଡି

ଦେଖିବ ଜଗତ ନିରୋଗ ଭାରତ

ଉଡ଼ିବ ନିରୋଗ ଗୁଡି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract