କରୋନା
କରୋନା
କରୋନା ଏକ ବିଦେଶୀ ରୋଗ
ଆସିଛି ଦେଶକୁ ମାଡ଼ି
ଆସରେ ଭାଇ ଭଉଣୀ ଆଈ
ଦେବା ଯେ ମିଶି ତଡ଼ି
ଜାଣିବା କିପରି ତାହାକୁ ଆମେ
କହୁଛି ତାର ଲକ୍ଷଣ
ଥଣ୍ଡା କାଶ ଛିଙ୍କ କୋଫଯେ ହୋଇବ
ବାନ୍ତି ଟି ହୋଇବ ଜାଣ
ଗଳା ଶୁଖିଯିବ ଜର ଯେ ଆସିବ
ଲାଗିବ ଭାରି ହାଲିଆ
ଶ୍ୱାସ କ୍ରିୟା ବେଳେ କଷ୍ଟ ଯେ ଲାଗିବ
ଲକ୍ଷଣ ଯେ ନିମନିଆ
ଏପରି ଲକ୍ଷଣ କରୋନା ଟି ଜାଣ
ନ କରିବ ହେୟ ଜ୍ଞାନ
ପ୍ରତିକାର ସବୁ ଶୁଣ ଯେ ମୋ ଠୁ
ଦେଇଣ ଯେ ମନ ଧ୍ୟାନ
ଖାଇବା ପୂର୍ବରୁ ସାବୁନେ ହାତକୁ
ଧୋଇଣ ଖାଦ୍ୟ ଖାଇବ
ଯେଜନଗହଳି ରୋଗୀ ଙ୍କ ପାଖରୁ
ସଦା ଯେ ଦୂରେଇ ରହିବ
ମିଳେଇବ ନାହିଁ ହାତ ଯେ କାସାଥେ
ପିନ୍ଧିବ ମୁହଁରେ ମାସ୍
ମୁହଁରେ କପଡ଼ା କାଗଜ ଟିସୁ ବା
ଦବ ଯେ ଲାଗିଲେ କାଶ
ପାଟି ନାକ କାନେ ନଦେବ ଆଙ୍ଗୁଳି
ଆଖିରେ ନ ଦେବ ହାତ
ପରିଷ୍କାର ସଦା ରଖିବା ନିଜକୁ
ଗରମ ଖାଇବା ଭାତ
ଖାଦ୍ୟ କୁ ଯେ ଭାଇ ଅଧିକ ଫୁଟାଇ
ଖାଇବା ନିତି ଖାଇବ
କିଛିବି ଲକ୍ଷଣ ଦେଖିଲେ ଭାଇଟି
ଡାକ୍ତର ଙ୍କୁ ଦେଖାଇବ
ପ୍ରତି ସହରରେ ଡାକ୍ତର ଖାନରେ
ହୋଇଛି ସବୁ ବ୍ୟବସ୍ଥା
ଡରିବାର ନାହିଁ ସରକାର ଭାଇ
କରିଛି ସବୁ ବ୍ୟବସ୍ଥା
ଆସରେ ସଭିଏଁ ସଚେତନ ହୋଇ
କରୋନା କୁ ଦେବା ତଡି
ଦେଖିବ ଜଗତ ନିରୋଗ ଭାରତ
ଉଡ଼ିବ ନିରୋଗ ଗୁଡି
