Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ratinarayan Rout

Inspirational

4  

Ratinarayan Rout

Inspirational

କରୋନା

କରୋନା

1 min
168



କ -କରମ କରି ଚାଇନା  ବିପଦକୁ ଆଣିଲା

     ଦଗା ଦେଇ ଜଗତକୁ ହନ୍ତସନ୍ତ କରିଲା

  କଟକଣା ଅଛି ଯେତେ ସବୁ ମାନି ଚଳିବା

  କରୋନାକୁ ଆମେ ତେବେ ବାଜିମାତ କରିବା ||

ରୋ -ରୋଗ ଆସି ଖେଳିଗଲା ବିଦେଶୀଙ୍କ ସାଥିରେ

      ରଖାଇବା ତାଙ୍କୁନେଇ ସଂଗରୋଧ କେନ୍ଦ୍ରରେ 

   ରୋଗୀ ସାଥେ ମିଳାମିଶା କେବେ ହେଁ ନ କରିବା

     ଗୃହବନ୍ଦୀ, ସାମାଜିକ ଦୂରତାକୁ ମାନିବା ||

 ନା -ନାହିଁ ପଥି ନାହିଁ ପୂର୍ଣ୍ଣ   ଆରୋଗ୍ୟର ବ୍ୟବସ୍ଥା

       ସତର୍କ ସଜାଗ କେବଳ ଏକ ମାତ୍ର ଆସ୍ଥା

   ନାଟ ଲଗାଇଛି ବିଶ୍ୱେ     ଅଦୃଶ୍ୟ ନରହନ୍ତା

      ନାଚାର ବିଜ୍ଞାନୀ ଏବେ ପାଉନି ତାର ପତା ||

 *-ରାଜା ପ୍ରଜା ସଭିଏଁ ତ  ଏକାକାର ହୋଇବା

    ଵିନା ଅସ୍ତ୍ରେ ଘରେ ବସି ଶତ୍ରୁ ସଙ୍ଗେ ଲଢ଼ିବା

    ଜାତି ଧର୍ମ ବର୍ଣ୍ଣ ଉଚ୍ଚ  ନୀଚ ଧନୀ ଗରିବ

    ନୋହିଲେ ଜ୍ଞାନୀ ପଣ୍ଡିତ ସଭିଙ୍କୁ ସେ ମାରିବ ||

  


Rate this content
Log in

Similar oriya poem from Inspirational