କରୋନା ଯୋଦ୍ଧାଙ୍କୁ ନମନ
କରୋନା ଯୋଦ୍ଧାଙ୍କୁ ନମନ
ସାରା ବିଶ୍ବବ୍ୟାପୀ ସଂକ୍ରାମକ ରୋଗ
କରୋନା ଦେଖାଏ ରୂପ
ରୋଗ ବିରୁଦ୍ଧରେ ଯୁଦ୍ଧର ଡାକରା
ଭାରତେ ହୋଇନି ଗପ । ୦ ।
ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ସହିତ
ମୁଖ୍ୟମନ୍ତ୍ରୀ ଗଣ ମିଶି
ନାନା ବିଭାଗର ଅଫିସର ସାଥେ
କର୍ମଚାରୀ କେତେ ଆସି,
କରୋନା ତଡ଼ିବା ଭୂମିକାରେ ପରା
ରଖନ୍ତି ନିଜର ଛାପ । ୧ ।
ଡାକ୍ତର କି ନର୍ସ ସ୍ବାସ୍ଥ୍ୟକର୍ମୀ ଯେତେ
ଉଦାର ଭାବରେ ସେବା
ପୋଲିସ୍ ସଙ୍ଗରେ ସ୍ବେଚ୍ଛାସେବୀ ଦଳ
ରାତିଦିନ ହେଲେ ଉଭା,
ସାରା ଭାରତର ସହର ଗ୍ରାମରୁ
ରୋକିବେ କରୋନା ଧାପ । ୨ ।
ସଫେଇ କର୍ମୀଙ୍କ ଯୋଗଦାନ ଏଠି
ଭୁଲିକି ପାରିବ କେହି
ସ୍ବଚ୍ଛ ପରିବେଶେ ଭାରତ ନୀରୋଗ
କର୍ମରେ ସତତ ଦ୍ବାହି,
କରୋନା ଭୀତିକୁ ଦୂରେଇ ଦେବାକୁ
ନାହାଁନ୍ତି କାହାର ଚାପ । ୩ ।
ଜମାତବାଲାଙ୍କ ହୀନ ବୁଦ୍ଧି ଯୋଗୁଁ
କରୋନା ବଢ଼ିଛି ବେଶୀ
ନହେଲେ ଭାରତ କରୋନା ରୋଗରୁ
ମିଳିନ୍ତାଣି ତ୍ରାହି ଖୁସି,
କରୋନା ଯୋଦ୍ଧାଙ୍କୁ ସମ୍ମାନକୁ ଦେବା
ପୁଣ୍ୟ ସିନା ନୁହେଁ ପାପ । ୪ ।
